Saturday, October 10, 2026
Home ଆଞ୍ଚଳିକ ପୁରୀରେ ପହଁଞ୍ଚିଲା ୧ ହଜାର ୪୫ କେଜି ରୂପା

ପୁରୀରେ ପହଁଞ୍ଚିଲା ୧ ହଜାର ୪୫ କେଜି ରୂପା

6

ପୁରୀ, ୧୦/୦୭/୨୧ (ଜିଲ୍ଲା ଖବର) : ଶ୍ରୀମନ୍ଦିର ରୂପାଦ୍ୱାର ଛାଉଣୀ ପାଇଁ ପୁରୀରେ ପହଁଚିଛି ରୂପା । ସମସ୍ତ ରୂପା ଶ୍ରୀମନ୍ଦିର ଭକ୍ତ ନିବାସର ସିଲ୍ କୋଠରୀରେ ରଖାଯାଇଛି। ପ୍ରଥମେ ଚାରୋଟି ଦ୍ୱାରା ହେବ ରୂପାଛାଉଣୀ । ପ୍ରାରମ୍ଭିକ ଭାବେ ଜୟବିଜୟ ଓ ଭୋଗମଣ୍ଡପ ଘର ପରୀକ୍ଷାମୂଳକ ଭାବେ ରୂପାଛାଉଣୀ କରାଯିବ। ଏହାର ଡିଜାଇନ ଚୁଡାନ୍ତ ହୋଇଛି। କବାଟ କାମ ସରିବା ଉପରେ ତାପରେ ରୂପାଛାଉଣୀ କରାଯିବ।

ପ୍ରାୟ ୧୫ ଜଣ କାରିଗର ଏହି କାର୍ଯ୍ୟ କରିବେ। ନିଳାଦ୍ରୀ ଭକ୍ତ ନିବାସରେ ଏହି କାର୍ଯ୍ୟ କରାଯାଉଛି। ଏଥିପାଇଁ ଆବଶ୍ୟକ ବର୍ମାଟିକ୍ କାଠ ପହଞ୍ଚି ସାରିଛି। କବାଟ ଓ ରୂପା ଛାଉଣୀ ତତ୍ୱାବଧାନ ପାଇଁ ଇଞ୍ଜିନିୟର ଓ ସେବାୟତଙ୍କୁ ନେଇ ଗଠିତ ହେଇଛି ଦୁଇଟି କମିଟି। ମୂଳ ଦ୍ୱାରର ଡିଜାଇନ୍ ଅକ୍ଷୂର୍ଣ୍ଣ ରହିବା ସହ ଉତ୍କଳୀୟ କଳାସ୍ଥାପତ୍ୟର ଡିଜାଇନ୍ ମଧ୍ୟ ସ୍ଥାନ ପାଇବ।

ଏଏସଆଇ ଠାରୁ ଅନୁମତି ଅଣାଯିବା ପରେ ରୂପା ଛାଉଣୀ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମୁଖ୍ୟ ପ୍ରଶାସକ ପୂର୍ବରୁ କହିଥିଲେ। ମୁମ୍ବାଇର ଜନୈକ ଦାତା ଏ ସମସ୍ତ ରୂପା ଦାନସୂତ୍ରରେ ଯୋଗାଇଛନ୍ତି । ରୂପାଦ୍ୱାର ଛାଉଣୀରେ ୧୩୪୫ କେଜି ରୂପା ଦାନସୂତ୍ରରେ ମିଳିଛି।ତେବେ ପ୍ରାୟ ୨ ଟନ ରୂପା ବ୍ୟବହୃତ ହେବ।