Thursday, November 12, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା ! ଆଲୋକ ନାଥ୍

ଜନ୍ମଦିନର ଶୁଭେଚ୍ଛା ! ଆଲୋକ ନାଥ୍

14

ନୂଆଦିଲ୍ଲୀ, ୧୦/୦୭/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ଆଲୋକ ନାଥଙ୍କୁ  କିଏବା ନଜାଣେ । ଯିଏକି ଅନେକ ସମୟରେ ଜଣେ ସଂସ୍କାରି ପିତା ଭୂମିକାରେ ନଜର ଆସନ୍ତି । ତାଙ୍କର ଅଭିନୟକୁ ବେଶ ପସନ୍ଦ କରନ୍ତି ଦର୍ଶକ । ତେବେ ଆଜି ହେଉଛି ଆଲୋକ ନାଥଙ୍କ ଜନ୍ମଦିନ । ସେ ୧୦ ଜୁଲାଇ ୧୯୫୬ରେ  ଜନ୍ମିତ ଆଲୋକ ନାଥ ଆଜି ତାଙ୍କର ୬୫ତମ ଜନ୍ମଦିନ ପାଳନ କରୁଛନ୍ତି ।

ଆଲୋକ ନାଥଙ୍କ ପିତା ଜଣେ ଡାକ୍ତର ଥିବା ବେଳେ ମା’ ଥିଲେ ଗୃହିଣୀ । ତାଙ୍କ ପିତାଙ୍କର ଇଚ୍ଛା ଥିଲା ତାଙ୍କ ପୁଅ ତାଙ୍କ ଭଳି ଜଣେ ଡାକ୍ତର ହୁଅନ୍ତୁ । ଦିଲ୍ଲୀରେ ଆଲୋକ ନାଥ ତାଙ୍କର ସ୍କୁଲ ଏବଂ ଗ୍ରାଜୁଏସନ ପାଠପଢା ଶେଷ କରିଥିଲେ । କଲେଜ ପରେ ଅଭିନୟ ପ୍ରତି ତାଙ୍କର ଦୁର୍ବଳତା ବଢିଥିଲା । ଏହାପରେ ସେ କଲେଜର ରୁଚିକା ଥିଏଟର ଗ୍ରୁପରେ ଯୋଡି ହୋଇଥିଲେ । ତାପରେ ସେ ୩ ବର୍ଷ ଯାଏଁ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରେ ପଢିଥିଲେ ।

ଆଲେକ ନାଥ ବଡ ପରଦା ସହିତ, ଛୋଟ ପରଦାରେ ମଧ୍ୟ କାମ କରିଛନ୍ତି । ଏବଂ ନଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେ ତାଙ୍କ କ୍ୟାରିୟରରେ ପାଖାପାଖି ୧୪୦ ରୁ ଅଧିକ ଫିଲ୍ମ ଏବଂ ୧୫ ରୁ ଅଧିକ ଟିଭି ସିରିଏଲ ରେ କାମ କରିଛନ୍ତି ।  ସେ ଫିଲ୍ମ’ଗାନ୍ଧୀ’ ମାଧ୍ୟମରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ଏହାପର ଠାରୁ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି । ଅନେକ ଫିଲ୍ମ ଏବଂ ସିରିଏଲରେ କାମ କରି  ସେ ବେଶ ଭଲପାଇବା ଏବଂ ଲୋକପ୍ରିୟତା ସାଉଣ୍ଟିଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।