Wednesday, October 14, 2026
Home ଅପରାଧ ଆତ୍ମହତ୍ୟା କଲେ ପ୍ରଡ୍ୟୁସର ସରାହନା

ଆତ୍ମହତ୍ୟା କଲେ ପ୍ରଡ୍ୟୁସର ସରାହନା

28

ନୂଆଦିଲ୍ଲୀ,୧୦/୦୭/୨୧ (ଜିଲ୍ଲା ଖବର) : ନିକଟରେ ବଲିଉଡ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଫିଲ୍ମ’ ଦ କାଶ୍ମୀର ଫାଇଲ୍ସ’ର ପ୍ରଡ୍ୟୁସର ସରାହନା ଗତ ୩୦ ଜୁନ ୨୦୨୧ରେ ନିଜ ଘରେ ଅତ୍ମହତ୍ୟା କରିଛନ୍ତି । ବଲିଉଡ ଅଭିନେତା ଅନୁପମ ଖେର ଏହି ଖବର ପାଇବା ପରେ, ଏକଦମ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି । କାହିଁକି ନାଁ , ନିକଟରେ ସେ ସରାହନାଙ୍କ ସହିତ ବହୁ ସମୟ କଥା ହୋଇଥିଲେ ।  

ଅନୁପମ ଖେର ନିଜ ସୋସିଆଲ ମିଡିଆ  ଆକାଉଂଟରେ  ସରାହନାଙ୍କ ପାଇଁ ଫଟୋ ଏବଂ ତାଙ୍କର ଶେଷ ମେସେଜ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, ‘ଏ ହେଉଛନ୍ତି ସରାହନା । ଯେତେବେଳେ ମୁଁ ଦେହରାଡୁନ ଏବଂ ମୁସୁରିରେ ଫିଲ୍ମ ସୁଟିଂ କରୁଥିଲି ସେ ‘ଦ କାଶ୍ମୀର ଫାଇଲ୍ସ’ର ପ୍ରଡ୍ୟୁସର ଥିଲେ । ଗତ ବର୍ଷ ଡିସେମ୍ବର ୨୨ରେ ୟୁନିଟ୍ ତାଙ୍କ ଜନ୍ମଦିନ ପାଳନ କରିଥିଲା । ସୁଟିଂ ପରେ ଲକଡାଉନ କାରଣରୁ ସେ  ତାଙ୍କ ସହର ଆଲିଗଡକୁ ଚାଲି ଯାଇଥିଲେ । ତେବେ ଏହି ଦୁଃଖଦ ଖବର ପାଇବା ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି ।