
କୋରାପୁଟ, ୧୦/୦୭/୨୧ (ଜିଲ୍ଲା ଖବର) : କଦଳୀ ବୋଝେଇ ଟ୍ରକରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ । ସୁନାବେଡା ପୋଲିସ ଗଞ୍ଜେଇ ଟ୍ରକ ସହ ୨ ଜଣଙ୍କୁ ଗିରଫ କରିଛି । ଗଞ୍ଜେଇ ଜଲାପୁଟ ଅଂଚଳରୁ ବିହାର ଚାଲାଣ କରାଯାଉଥୁଲା ।
କଦଳୀ ବୋଝେଇ ଟ୍ରକ ମଧ୍ୟରେ ଗଂଜେଇ ଚାଲାଣ କରାଯାଉ ଥିବାବେଳେ ସୁନାବେଡା ପୋଲିସ ହାତରେ ଧରାପଡିଛି 12 କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ । ଗିରଫ ଅଭିଯୁକ୍ତ ହେଲେ ଝାଡ଼ଖଣ୍ଡର ରାଜୀବ କୁମାର ମାହତୋ ଓ ବିହାରର ରମଣ କୁମାର । ଏନେଇ ସୁନାବେଡା ଏସଡିପିଓ ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି ।



