
୧୦/୦୭/୨୧ (ଜିଲ୍ଲା ଖବର) : ଅପଡେଟେଡ ପ୍ରାଇଭେସି ପଲିସି ଏବେ ଲାଗୁ ହେବନି ବୋଲି ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ କହିଛି ହ୍ବାଟସଆପ । ପର୍ସନାଲ ଡାଟା ସୁରକ୍ଷା ବିଲ୍ କାର୍ଯ୍ୟକାରୀ ନ ହେବା ଯାଏଁ ନୂଆ ପ୍ରାଇଭେସି ପଲିସି କାର୍ଯ୍ୟକାରୀ କରାଯିବ ନାହିଁ ବୋଲି କହିଛି ହ୍ବାଟସଆପ୍ । ଫେସବୁକ ଓ ହ୍ବାଟସଆପ ପକ୍ଷରୁ ନିୟୋଜିତ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ କମ୍ପାନୀ ପକ୍ଷରୁ ହାଇକୋର୍ଟରେ ଏହି ଉତ୍ତର ରଖିଛନ୍ତି ।
ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡିଏନ ପଟେଲ ଓ ଜଷ୍ଟିସ ଜ୍ୟୋତି ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ନିକଟରେ ସାଲଭେ ଦର୍ଶାଇଛନ୍ତି ଯେ, ୟୁଜର୍ସଙ୍କ ଲାଗି କୌଣସି କଟକଣା ଲାଗୁ କରିବାକୁ ବର୍ତ୍ତମାନ ଚାହୁଁନାହିଁ ହ୍ବାଟସଆପ ।
ଡାଟା ପ୍ରୋଟେକ୍ସନ ବିଲ୍ ଗୃହିତ ନହେବା ଯାଏ ଏହା କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ପୂର୍ବରୁ କମ୍ପାନୀ ପକ୍ଷରୁ କୁହାଯାଇଥିଲା । କିନ୍ତୁ କମ୍ପାନୀ ପକ୍ଷରୁ ସ୍ବେଚ୍ଛାକୃତ ଭାବେ ଏହି ନୀତିକୁ ସ୍ଥଗିତ ରଖାଯାଇଛି ।
ଏପରିକି ଏହାକୁ ଗ୍ରହଣ କରିବା ଲାଗି କମ୍ପାନୀ କାହାକୁ ବାଧ୍ୟ କରିବ ନାହିଁ । ସାଲଭେ କହିଛନ୍ତି ଯେ, ସରକାର ବିଚାର କରୁଛନ୍ତି ହ୍ବାଟସଆପର ପ୍ରାଇଭେସି ପଲିସି ସୂଚନା ଓ ପ୍ରଯୁକ୍ତି ଆଇନର ବିରୋଧୀ । ହ୍ବାଟସଆପର ନୂଆ ପ୍ରାଇଭେସି ପଲିସି ଆନୁସାରେ, କମ୍ପାନୀ ପକ୍ଷରୁ ଧାର୍ଯ୍ୟ ନିୟମକୁ ଯଦି ୟୁଜର ଗ୍ରହଣ ନ କରିବେ ତେବେ ଅନେକ ଫିଚର ହ୍ବାଟସଆପରୁ କଟିଯିବ ।



