
୧୦/୦୭/୨୧ (ଜିଲ୍ଲା ଖବର) : କେରଳରେ କରୋନା କେସ ଅଧିକ ଚିହ୍ନଟ ହେଉଥିବା ବେଳେ ଏବେ ଜିକା ଭାଇରସ ଚିନ୍ତା ବଢାଇଛି । କେରଳରେ ଜିକା ଭାଇରସର ମାମଲା ଶୁକ୍ରବାର ୨୪ ହୋଇଯାଇଛି। ଯାହା ପରେ ରାଜ୍ୟରେ ଆଲର୍ଟ ଜାରି କରାଯାଇଛି। ଏହାରି ଭିତରେ ସ୍ଥିତି ଉପରେ ନଜର ରଖିବା ଏବଂ ଏଥିରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ଛଅ ସଦସ୍ୟ ବିଶିଷ୍ଟ କେନ୍ଦ୍ରୀୟ ଟିମ କେରଳ ପଠାଯାଇଛି ।
ମଶା କାମୁଡିବା ଦ୍ୱାରା ହେଉଥିବା ଏହି ରୋଗର ପ୍ରଥମ ମାମଲା ଗୁରୁବାର ଜଣେ ୨୪ ବର୍ଷୀୟ ଗର୍ଭବତୀଙ୍କଠାରେ ଚିହ୍ନଟ ହୋଇଥିଲା। ଏହାପରେ ଏନଆଇଭି ପକ୍ଷରୁ ଶୁକ୍ରବାର ଆଉ ୧୩ଟି ନୂଆ ମାମଲା ନେଇ ପୁଷ୍ଟି କରାଯାଇଛି।


