Monday, November 16, 2026
Home ଆଞ୍ଚଳିକ ସେପ୍ଟେମ୍ବରରୁ ଦେଶରେ ୧୨ରୁ ୧୮ ବୟସ୍କଙ୍କୁ ଭ୍ୟାକ୍ସିନ

ସେପ୍ଟେମ୍ବରରୁ ଦେଶରେ ୧୨ରୁ ୧୮ ବୟସ୍କଙ୍କୁ ଭ୍ୟାକ୍ସିନ

13

୧୦/୦୭/୨୧ (ଜିଲ୍ଲା ଖବର) : ଆସନ୍ତା ସେପ୍ଟେମ୍ବର ମାସରୁ ଆରମ୍ଭ ହେବ ୧୨ ରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କର ଟିକାକରଣ। ଜାଇଡ଼ାସ୍ କାଡ଼ିଲା କମ୍ପାନୀ ପ୍ରସ୍ତୁତ ଟିକା ଏହି ବୟସର ପିଲାମାନଙ୍କୁ ଦିଆଯିବା ନେଇ ବିଚାର କରାଯାଉଛି । ଏ ବାବଦରେ ସୂଚନା ଦେଇଛନ୍ତି ନ୍ୟାସନାଲ୍ ଏକ୍ସପର୍ଟ ଗ୍ରୁପ୍ ଅନ୍ ଭାକ୍ସିନ ଆଡ଼ମିନିଷ୍ଟ୍ରେସନ୍ ର ମୁଖ୍ୟ ଡଃ ଏନ୍ କେ ଆରୋରା।

କୋଭିଡର ତୃତୀୟ ଲହରକୁ ନେଇ ଆଶଙ୍କା କରାଯାଉଛି ଏବଂ ଏହା ଶିଶୁମାନଙ୍କୁ ଅଧିକ ପ୍ରଭାବିତ କରିପାରେ ବୋଲି ଆକଳନ କରାଯାଇଛି । ତେଣୁ ସେପ୍ଟେମ୍ବରରୁ ୧୮ ବର୍ଷରୁ କମ୍ ପିଲାଙ୍କୁ ଟିକାକରଣରେ ସେମିଲ୍ କରାଯିବା ଅଭିଭାବକମାନଙ୍କ ପାଇଁ ଅନେକ ଆଶ୍ୱସ୍ତି ଆଣିପାରେ। ଜାଇଡ଼ାସ୍ କାଡ଼ିଲାର ଭାକ୍ସିନକୁ  ଆଉ କିଛି ସପ୍ତାହ ମଧ୍ୟରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିପାରେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି ଡଃ ଆରୋରା।

ସେପଟେ ଭାରତ ବାୟୋଟେକର କୋଭାକ୍ସିନ୍ ମଧ୍ୟ ପିଲାମାନଙ୍କ ପାଇଁ କୋଭିଡ୍ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା କରୁଛି ଯାହାର ଫଳାଫଳ ଆଗାମୀ ସେପ୍ଟେମ୍ବର ସୁଦ୍ଧା ଆସିପାରେ । ତେଣୁ ବର୍ଷର ଶେଷ କିମ୍ବା ଆସନ୍ତା ବର୍ଷ ଜାନୁଆରୀ ବେଳକୁ ଏହି ଟିକା ୧୨ ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ ଟିକାକରଣରେ ସାମିଲ ହୋଇପାରେ । ମାତ୍ର ତା ପୂର୍ବରୁ ଜାଇଡ଼ାସ୍ କାଡ଼ିଲାର ଟିକା ପିଲାଙ୍କୁ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଡଃ ଆରୋରା। ପିଲାଙ୍କ ପାଠପଢ଼ା ଏବଂ ସ୍କୁଲ ଖୋଲିବାକୁ ନେଇ ଅଧିକ ସମ୍ବେଦନଶୀଳ ଅଛନ୍ତି କେନ୍ଦ୍ର ସରକାର। ସେଥିପାଇଁ ଏହି ପ୍ରକାର ପଦକ୍ଷେପ ନିଆଯାଉଛି।