Friday, November 13, 2026
Home ଆଞ୍ଚଳିକ ଆଜିଠୁ କାଟାଗୋରୀ ‘ବି’ ଜିଲ୍ଲାରେ ଆରମ୍ଭ ହେବ ସ୍ଲଟ୍ ବୁକିଂ

ଆଜିଠୁ କାଟାଗୋରୀ ‘ବି’ ଜିଲ୍ଲାରେ ଆରମ୍ଭ ହେବ ସ୍ଲଟ୍ ବୁକିଂ

5

୧୦/୦୭/୨୧ (ଜିଲ୍ଲା ଖବର) :  ଆଜିଠୁ କାଟାଗୋରୀ ‘ବି’ ଜିଲ୍ଲାରେ ଆରମ୍ଭ ହେବ ସ୍ଲଟ୍ ବୁକିଂ। କରୋନା ସଂକ୍ରମଣ ହ୍ରାସ ପାଇବା ପରେ ପ୍ରଥମେ ‘ଏ’ କାଟାଗୋରୀ ଜିଲ୍ଲାରେ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ପାଇଁ ସ୍ଲଟ୍ ବୁକିଂ ପାଇଁ ଅନୁମତି ମିଳିଥିଲାବେଳେ ଶନିବାରଠୁ ‘ବି’ କାଟାଗୋରୀ ଜିଲ୍ଲାରେ ସ୍ଲଟ୍ ବୁକିଂ ଆରମ୍ଭ ହେବ ବୋଲି ଶୁକ୍ରବାର ରାଜ୍ୟ ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

 ଆସନ୍ତା ୧୦ତାରିଖରୁ ୧୦ରୁ ୯ଟି ଜିଲ୍ଲାରେ ଡିଏଲ ଟେଷ୍ଟ ପାଇଁ ସ୍ଲଟ ବୁକିଂ ଆରମ୍ଭ ହେବ। ପୁରୀରେ ରଥଯାତ୍ରା ପାଇଁ କଟକଣା ଥିବାରୁ ଉପରୋକ୍ତ ତାରିଖରେ ଡିଏଲ ସ୍ଲଟ ବୁକିଂ ସେବା ଆରମ୍ଭ ହୋଇପାରିବ ନାହିଁ। ପୁରୀରେ ଆସନ୍ତା ୧୨ ତାରିଖରେ ରଥଯାତ୍ରା ହେଉଥିବାରୁ ସେଠାରେ ୧୩ ତାରିଖରୁ ସ୍ଲଟ୍ ବୁକିଂ କରାଯିବ ବୋଲି ସ୍ପଷ୍ଟ କରାଯାଇଛି । 

ଡିଏଲ ଟେଷ୍ଟ ବି କାଟାଗୋରିରେ ରହିଥିବା ପୁରୀ ବ୍ୟତୀତ ବାକି ୯ଟି ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ନୟାଗଡ଼ ଜିଲ୍ଲାରେ ଆସନ୍ତା ୧୩ତାରିଖ ଠାରୁ ପୁଣି ଆରମ୍ଭ ହେବ।ଉଲ୍ଲେଖଯୋଗ୍ୟ ଯେ, ୨୦ଟି ‘ଏ’ କାଟାଗୋରୀ ଜିଲ୍ଲାରେ ଗତ ମାସ ୨୨ ତାରିଖରୁ ଡିଏଲ୍ ପାଇଁ ସ୍ଲଟ୍ ବୁକିଂ ହୋଇଆସୁଛି ।