Friday, November 13, 2026
Home ଆଞ୍ଚଳିକ ସିନେ କର୍ମଚାରୀଙ୍କୁ ସବ୍ୟ-ଅର୍ଚ୍ଚିତାଙ୍କ ସହାୟତା

ସିନେ କର୍ମଚାରୀଙ୍କୁ ସବ୍ୟ-ଅର୍ଚ୍ଚିତାଙ୍କ ସହାୟତା

17

ଭୁବନେଶ୍ୱର,୧୦/୦୭/୨୧ (ଜିଲ୍ଲା ଖବର) : କୋରୋନା କାଳରେ ମହାନତା । ପୁଣି ଥରେ ଚର୍ଚ୍ଚାରେ ଓଲିଉଡର ଷ୍ଟାର ଦମ୍ପତ୍ତି। ସିନେ କର୍ମଚାରୀଙ୍କୁ ସବ୍ୟ-ଅର୍ଚ୍ଚିତାଙ୍କ ସହାୟତା । ଟ୍ୱିନ ସିଟିରେ ଥିବା ପ୍ରମୂଖ ସିନେମା ହଲ ମାନଙ୍କରେ କାମ କରୁଥିବା ସିନେ କର୍ମଚାରୀ ମାନେ ସହାୟତା ପାଇବା ପରେ ଉଭୟଙ୍କୁ ଜଣାଇଛନ୍ତି କୃତଜ୍ଞତା ।

କୋରୋନାର କରାଳ କାୟାରେ କିଏ ନିଜ ଜୀବନ ହରାଉଛି ତ ଆଉ କିଏ ହରାଉଛି ନିଜର ପେଶା ଅର୍ଥାତ ଜୀବୀକା। ଚଳଚିତ୍ର ଜଗତ ଏହାଦ୍ବାରା ପ୍ରଭାବିତ ହୋଇଥିବା ବେଳେ ଏହି ଶିଳ୍ପ ସହ ଜଡିତ ତଳିଆ କର୍ମଚାରୀଙ୍କ ଜୀବନ ଜୀବୀକା ଉପରେ ପଡିଛି ଏହାର ବିଶେଷ ପ୍ରଭାବ । ମହାମାରୀ ପାଇଁ ଗଲା ଦେଢ ବର୍ଷ ହେବ ସିନେମା ହଲ ଗୁଡିକ ବନ୍ଦ ପଡିଛି । ଫଳରେ ରୋଜଗାର ଅଭାବରୁ ନାନା ଅଭାବ ଅସୁବିଧାର ସମ୍ମୁଖିନ ହେଉଛନ୍ତି ତଳିଆ ସିନେ କର୍ମଚାରୀଙ୍କ ପରିବାର । ଏଭଳି ସ୍ଥିତିରେ ଏହି ସିନେ କର୍ମଚାରୀଙ୍କ ପରିବାରକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀର ଷ୍ଟାର ଦମ୍ପତ୍ତି ସବ୍ୟସାଚୀ ଏବଂ ଅର୍ଚ୍ଚିତା ।

ଉଭୟ ସବ୍ୟ ଏବଂ ଅର୍ଚ୍ଚିତାଙ୍କ ସମେତ ସ୍ମାଇଲ ପ୍ଲିଜ ସେବାନୁଷ୍ଠାନ ତରଫରୁ 140 ଜଣ ସିନେ କର୍ମଚାରୀଙ୍କ ପରିବାରକୁ ମିଳିଛି ମାସକର ରାସନ ସହୟତା । ରାଜଧାନୀ ଭୁବନେଶ୍ବର ଏବଂ କଟକରେ ଥିବା ପ୍ରମୂଖ ସିନେମା ହଲ ମାନଙ୍କରେ କାମ କରୁଥିବା ସିନେ କର୍ମଚାରୀ ମାନେ ସହାୟତା ପାଇବା ପରେ ଉଭୟଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଅନ୍ୟପଟେ ଖୁବଶୀଘ୍ର ମହାମାରୀ ଦୂରେଇ ଯାଉ, ପୁଣିଥରେ ସିନେମା ହଲରେ ସିନେମା ରିଲିଜ ହେବା ସହିତ ପୂର୍ବ ପରିସ୍ଥିତି ଫେରି ଆସୁ ବୋଲି ଆଶା ରଖିଛନ୍ତି ସବ୍ୟର୍ଚ୍ଚିତା ।