
ଚନ୍ଦ୍ରପୁର,୯/୦୭(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ବିଶ୍ଵ ଜନସଂଖ୍ୟା ପକ୍ଷ2021ର ସଚେତନ ରଥକୁ ସବୁଜ ପତାକା ଦେଖାଇ ଭାରପ୍ରାପ୍ତ ଡାକ୍ତର ଶ୍ରୀ ସାଲୁକ ଚରଣ ପୂର୍ତ୍ତି ଉଦଘାଟନ କରିଥିଲେ ।ଏହି ରଥ ପରିବାର ନିୟୋଜନ ଓ ଜନସଂଖ୍ୟା ନିୟନ୍ତ୍ରଣର ବାର୍ତ୍ତା ଦେଇ ଚନ୍ଦ୍ରପୁର ବ୍ଲକରେ ପରିକ୍ରମା କରିବ।କରୋନା ହେତୁ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ନ ହୋଇପାରିବାରୁ ଅନ୍ତରା ଟାଵଲେଟ,ଛାୟା,ମାଲାଇନ,କପର ଟି ପରି ଅସ୍ଥାୟୀ ପଦ୍ଧତି ବ୍ୟବହାର କରି ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଏହି ରଥ ବାର୍ତ୍ତା ଦେଉଛି।ଆଜିର ଏହି କାର୍ଯ୍ୟକ୍ରମରେ ମେଡ଼ିକାଲ ଅଫିସର ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ଜଗନ୍ନାଥ ନାୟକ ବିପିଏମ ଶ୍ରୀ v v ସନ୍ତୋଷ , ଆଶା କର୍ମୀ ଓ ଅନ୍ୟାନ କର୍ମଚାରୀ ଉପସ୍ଥିତ ଥିଲେ।
ଚନ୍ଦ୍ରପୁର -:କୈଳାସ ମାଳବିଶୋଇ


