
ଜଟଣୀ,୯/୦୭(ଜିଲ୍ଲା ଖବର) : ଜଟଣୀ ଅଂଚଳରେ ପୁଣି ସକ୍ରିୟ ହୋଇଛନ୍ତି ଗାଈ ଚୋରୀ ର୍ୟାକେଟ । ବୁଧବାର ବିଳମ୍ବିତ ରାତିରେ ଖୋର୍ଦ୍ଧାଜିଲା ପୋଡପଡା ଅଂଚଳରେ ଏକ ଗାଈଚୋର ର୍ୟାକେଟକୁ ସ୍ଥାନୀୟ ବାସିନ୍ଦାମାନେ ଧରି ପୁଲିସ ଜିମାରେ ଦେଇଛନ୍ତି । ସୁଚନାନୁସାରେ, ଜଟଣୀଥାନା ଅନ୍ତର୍ଗତ ପୋଡପଡା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ କେତେକ ଦୁର୍ବୁତ ବିଭିନ୍ନ ଗ୍ରାମର ଲୋକମାନଙ୍କ ଗୁହାଳରୁ ଗାଈ ଗୁଡିକୁ ଲୁଟିନେଇ ଯାଉଥିବା ବେଳେ ପୋଡପଡା ଗ୍ରାମର କେହିବ୍ୟକ୍ତି ଦେଖି ପୁଲିସକୁ ସୁଚନା ଦେଇଥିଲେ । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଁଚି ୯ଟି ଗାଈ ଓ ୪ଟି ଷଣ୍ଢକୁ ଉଦ୍ଧାରକରି ଥାନାକୁ ଆଣିଥିଲା । ଏଥିରେ ସମ୍ପୃକ୍ତ ୫ଜଣ ଅଭିଯୁକ୍ତକୁ ପୁଲିସ ଗିରଫକରି ଆଣିଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ସଦରଥାନା ଅଧିନସ୍ଥ ଅଣ୍ଡାହରିପୁର ଗ୍ରାମର ଅବଦୁଲ କରିମ,ଲାଲା ମେହମୁଦ,ଅମିର ଖାନ,ଜିଆଉଲ ହକ ଓ ଜୁଲପୁକାର ଖାନ । ପୁଲିସ ଏମାନଙ୍କୁ ଜଟଣୀଥାନା କେଶ ନଂ ୩୨୩/୨୧ରେ ମାମଲା ରୁଜୁକରି ଆଜି କୋର୍ଟ ଚାଲାଣ କରିଥିବା ଜଟଣୀଥାନା ଆଇଆଇସି ବିଶ୍ୱରଂଜନ ସାହୁ କହିଛନ୍ତି । ଉଦ୍ଧାର ଗାଈମାନଙ୍କୁ ଖୁଦୁପୁର ପାତ୍ରପଡାସ୍ଥିତ ଶ୍ରୀ ମାଧବ ଗୋଶାଳାରେ ଛଡାଯାଇଛି । ସୁଚନା ଯେ, ଜଟଣୀ ଅଂଚଳର ଛଣଘର,କୁସୁମାଟି,ତରାବୋଇ ଓ ଅରଗୁଳୁ ପ୍ରଭୃତି ଗ୍ରାମରୁ ବିଭିନ୍ନ ସମୟରେ ଗାଈ ଚୋରୀ ହେଉଥିବା ନେଇ ଜଟଣୀଥାନାରେ ଅଭିଯୋଗ ହୋଇଆସୁଥିଲା । ମାତ୍ର ଏହାକୁ ପୁଲିସ ଧରିବାରେ ବିଫଳ ହୋଇଥିବା ଗ୍ରାମବାସୀମାନେ ବିଭିନ୍ନ ସମୟରେ ଅଭିଯୋଗ କରିଥାନ୍ତି । ତେଣୁ ଅନେକ ବ୍ୟକ୍ତିଙ୍କ ଗାଈ ଏହିଭଳି ଲୁଟ ହୋଇଥିବା ସୁଚନା ରହିଛି ।
ରିପୋର୍ଟ, ସଞ୍ଜୀବ କୁମାର ।


