Sunday, October 18, 2026
Home ଆଞ୍ଚଳିକ ମୃତ ଅଙ୍ଗନବାଡି ସହାୟିକା କିରନ ବଇଗାଙ୍କୁ କରୋନା ଯୋଦ୍ଧା ର ମାନ୍ୟତା ଏବଂ ନିର୍ଦ୍ଧାରିତ ସାହାଯ୍ୟ...

ମୃତ ଅଙ୍ଗନବାଡି ସହାୟିକା କିରନ ବଇଗାଙ୍କୁ କରୋନା ଯୋଦ୍ଧା ର ମାନ୍ୟତା ଏବଂ ନିର୍ଦ୍ଧାରିତ ସାହାଯ୍ୟ ରାଶି ଦେବାକୁ ଦାବି କଲା ସୁନ୍ଦରଗଡ଼ ବିଜେଡି

37

ସୁନ୍ଦରଗଡ଼,୯/୦୭(ଜିଲ୍ଲା ଖବର) : ଆଜି ସୁନ୍ଦରଗଡ଼ ବିଜୁ ଜନତା ଦଳ ର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦେଖାକରି ଟାଙ୍ଗରପାଲି ବ୍ଲକ ମେଘଡେଗା ପଞ୍ଚାୟତ ତୁରଙ୍ଗାଗଡର ଅଙ୍ଗନବାଡି କେନ୍ଦ୍ରରେ ସହାୟିକା କାର୍ଯ୍ୟ କରୁଥିବା ମହିଳା କିରନ ବଇଗା ଗତ ମେ ମାସ ୧୪ ତାରିଖ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ର ମାତୃ ଶିଶୁ ବିଭାଗ ହସ୍ପିଟାଲରେ ଏକ ନବଜାତ ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ମହିଳା ଜଣକ କରୋନା ପଜିଟିଭ ଥିବା ଜଣା ପଡିବାରୁ ତାଙ୍କୁ ଏନଟିପିସି କୋଭିଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ଗତ ମେ ମାସ ୧୬ ତାରିଖରେ ମୃତ୍ୟୁ ହୋଇଥିଲା ।ମୃତ୍ୟୁ ପୂର୍ବରୁ ମହିଳା ଜଣକ ନିଜେ ଗର୍ଭବତୀ ଥାଇ ମଧ୍ୟ୍ୟ ଉଗ୍ରରୂପ ଧାରଣ କରିଥିବା କରୋନାକୁ ଖାତିର ନ କରି ତୁରଙ୍ଗାଗଡ ଗାଁରେ ଥିବା ଶିଶୁ ଓ ଗର୍ଭବତୀ ମହିଳାମାନଙ୍କ ଘରକୁ ଘର ଯାଇ ଅଙ୍ଗନବାଡି କେନ୍ଦ୍ର ତରଫରୁ ଦିଆ ଯାଉଥିବା ପୃଷ୍ଟିକର ଖାଦ୍ୟ ଓ ଭିଟାମିନ ଦେଉଥିଲେ ।ଏହି ସମୟରେ ମହିଳା ଜଣକ ନିଜେ କରୋନା ଆକ୍ରାନ୍ତ ହୋଇ ଯାଇଥିଲେ । ଜଣେ ମହିଳା ନିଜେ ଗର୍ବବତୀ ଥାଇ ମଧ୍ୟ ତାଙ୍କ ପରିବାର ଯଥା ଗୋଟିଏ 9ବର୍ଷର ଝିଅ, ସ୍ୱାମୀ, ଶାଶୁ ଶଶୁରଙ୍କ ଖାତିର ନ କରି କରୋନା ସମୟରେ ଅଙ୍ଗନବାଡି କେନ୍ଦ୍ରରେ କାମ କରି କରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇ ଥିବାରୁ ମହିଳାଙ୍କୁ କରୋନା ଯୋଦ୍ଧା ରୂପେ ଘୋଷଣା କରାଯାଇ ସରକାରଙ୍କ ଦ୍ୱାରା କରୋନା ଯୋଦ୍ଧାଙ୍କ ଲାଗି ଘୋଷଣା କରାଯାଇଥିବା ସହାୟତା ରାଶି ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେବା ସହିତ ମହିଳାଙ୍କ 9ବର୍ଷର ଝିଅକୁ ପାଠ ପଢ଼ିବା ପାଇଁ ଆଦିବାସୀ ଆଶ୍ରମ ସ୍କୁଲରେ ନାମ ଲେଖେଇ ସରକାରଙ୍କ ସବୁ ସାହାଯ୍ୟ ଦେବାକୁ ଓ ଏହି ମହିଲାଙ୍କ ପରିବାର ଦାରିଦ୍ରସୀମା ରେଖା ତଳେ ଥାଇ ଏବଂ ବିପିଏଲ କାର୍ଡ ଧାରୀ ହୋଇ ମଧ୍ୟ ଆଜି ଯାଏ ଝୁପୁଡି ଘରେ ରହୁ ଥିବାରୁ ଅତି ଶୀଘ୍ର ଏହି ପରିବାରକୁ ଗୋଟିଏ ବିଜୁ ପକ୍କା ଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଗୃହ ଯୋଗେଇ ଦେବାକୁ ଦାବି କରିଥିଲେ ।ଏହି ସବୁ ଦାବିକୁ ଜିଲ୍ଲାପାଳ ମହୋଦୟ ଧର୍ଯ୍ୟର ସହିତ ଶୁଣିବା ପରେ ଏହି ଦାବି ଗୁଡିକ ନିଶ୍ଚିତ ପୂରଣ କରିବେ ବୋଲି ଦୃଢ ପ୍ରତିଶୃତି ଦେଇଥିଲେ । ଏହି ଦାବି ପତ୍ର ଦେବା ସମୟରେମୃତା ମହିଳାଙ୍କ ସ୍ୱାମୀ ନିମେଇଁ ଚରଣ ବଇଗା ନିଜେ ଉପସ୍ଥିତ ଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ମହିଳା ବିଜୁ ଜନତା ଦଳର ଉପ ସଭାପତି ସୁନିତା ବିଶ୍ୱାଳ, ବିଜେଡିର ବରିଷ୍ଟ ନେତା ଜୟ ନାରାୟଣ ତ୍ରିପାଠୀ,ଜିଲ୍ଲା ବିଜେଡିର ସାଧାରଣ ସମ୍ପାଦକ ଜନ୍ମଜୟ ମହାପାତ୍ର,ଜିଲ୍ଲା ବିଜେଡିର ସାଧାରଣ ସମ୍ପାଦକ ଗୋପ ମହାନ୍ତି, ପୂର୍ବତନ ନଗରପାଳ ବେଣୁଧର ତଣ୍ଡିଆ,ଜିଲ୍ଲା କୃଷକ ସେଲର ସମ୍ପାଦକ ସୁନୀଲ ମହାପାତ୍ର, ରାଜ୍ୟ ଯୁବ ବିଜେଡିର ସମ୍ପାଦକ ଅଜୟ ଅମାତ, ଆଶିଷ ତ୍ରିପାଠୀ, ଅଜିତ ସିଂ,ଓ ମହିଳା ନାରୀ ନେତ୍ରୀ ଯୁଗେଶ୍ବରୀ ସିଂ ପ୍ରମୁଖ ସାମିଲ ଥିଲେ ।
ରିପୋର୍ଟ , ବିଶ୍ବରଂଜନ ହୋତା