Saturday, November 14, 2026
Home ଆଞ୍ଚଳିକ ଟୀକାକରଣ କେନ୍ଦ୍ରରେ ଲୋକଙ୍କ ପାଇଁ ରହୁନି ଆନୁଷଙ୍ଗିକ ବ୍ୟବସ୍ଥା

ଟୀକାକରଣ କେନ୍ଦ୍ରରେ ଲୋକଙ୍କ ପାଇଁ ରହୁନି ଆନୁଷଙ୍ଗିକ ବ୍ୟବସ୍ଥା

12

ବ୍ରହ୍ମପୁର, ୦୯/୦୭/୨୧ (ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲାରେ ଟିକା କରଣର ଅବ୍ୟବସ୍ଥା । ଟୀକା କେନ୍ଦ୍ରରେ ଅସମ୍ଭାଳ ଭିଡ଼ ସହ ଠେଲାପେଲା। ଟୀକାକରଣ କେନ୍ଦ୍ରରେ ଲୋକଙ୍କ ପାଇଁ ରହୁନି ଆନୁଷଙ୍ଗିକ ବ୍ୟବସ୍ଥା । ଭଲଭାବରେ ଦେଖନ୍ତୁ ଏ ଦୃଶ୍ୟକୁ । ଟୀକା ନେବା ପାଇଁ ହଜାର ହଜାର ଲୋକଙ୍କ ଏମିତି ଭିଡ଼ ଯେ ସୋରିଷ ଟିଏ ପକାଇବାକୁ ଜାଗା ନାହିଁ।

ଖଲ୍ଲିକୋଟରୁ ଆସିକା,ପୋଲସରାରୁ ପାତ୍ରପୁର ଯୁଆଡେ ଦେଖିବେ ଟୀକାକେନ୍ଦ୍ରରେ ହାଉଯାଉ, ଠେଲାପେଲା, ଗଣ୍ଡଗୋଳ, ଘଣ୍ଟାଘଣ୍ଟା ଅପେକ୍ଷା। ଦେଖିଲେ ଲାଗୁଛି ଏଠି ସାମାଜିକ ଦୂରତା ସମ୍ପୂର୍ଣ୍ଣ ଚୁଲିକୁ ଯାଇଛି । ଗତ ଦୁଇ ଦିନ ଭିତରେ ପୋଲସରା ରାଣୀପଡା ଟୀକାକେନ୍ଦ୍ରରେ ଠେଲାପେଲାରେ ଭାନୁମତି ସାହୁ ନାମକ ଜଣେ ମହିଳା ପାପୁଲି କୁ ମାଡ଼ ହେବା ସହ ହାତ ଭାଙ୍ଗିଯାଇଛି।

ଅନୁରୂପ ଭାବେ ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ଟୀକାକେନ୍ଦ୍ରରେ ମଧ୍ୟ ମଧ୍ୟ ଭିଡ଼ ଏମିତି ହୋଇଛି ଯେ ଠେଲାପେଲା ରେ ତିନି ରୁ ଚାରିଜଣ ଆହତ ସାଙ୍ଗକୁ ଜଣଙ୍କ ହାତ ଭାଙ୍ଗିଯାଇଛି। ଏମିତି ଭାବରେ ଟିକା କରଣ ଚାଲିଛି ଗଞ୍ଜାମର ଏକାଧିକ ଟୀକାକେନ୍ଦ୍ରରେ ।