
ନୂଆଦିଲ୍ଲୀ, ୦୯/୦୭/୨୧ (ଜିଲ୍ଲା ଖବର) : ଦେଶରେ ଅକ୍ସିଜେନ ସ୍ଥିତିର ସମୀକ୍ଷା । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ । ଉତ୍ପାଦନ ବଢ଼ାଇବା ପାଇଁ ଉପାୟ ଉପରେ ଆଲୋଚନା କରିଛନ୍ତି ମୋଦି । କୋଭିଡର ତୃତୀୟ ଲହର ଆଶଙ୍କା ଭିତରେ ଏହି ଗୁରୁତ୍ବପୂର୍ଣ୍ଣ ମିଟିଂ ଉପରେ ସମସ୍ତଙ୍କ ନଜର ରହିଥିଲା । କେବଳ ସେତିକି ନୁହେଁ, ଦେଶର ସମସ୍ତ ଜିଲ୍ଲାରେ ଶିଶୁ କେୟାର ୟୁନିଟ୍, ଆଇସିୟୁ ବେଡ୍, ଅକ୍ସିଜେନ ଷ୍ଟୋରେଜ, ଆମ୍ବୁଲାନ୍ସ ଓ ମେଡିସିନ ଉପଲବ୍ଧତା ଉପରେ ଆଲୋଚନା କରିଛନ୍ତି ।
ଗତ ବୁଧବାର କରୋନା ଲଢ଼େଇକୁ ବଳ ଦେବାକୁ କେନ୍ଦ୍ର ୨୩ ହଜାର ୧୨୩ କୋଟି ଟଙ୍କାର ପ୍ୟାକେଜ ମଞ୍ଜୁର କରିଥିଲେ । ସେହିପରି କେନ୍ଦ୍ର ସରକାର କୋଭିଡ ସମର୍ପିତ ହସ୍ପିଟାଲ ଏବଂ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ପାଇଁ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିସାରିଛି ।


