Wednesday, November 11, 2026
Home ଆଞ୍ଚଳିକ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ, ଟେଷ୍ଟିଂ ମେସିନ ପୋଡିଯାଇଥିବାରୁ ରକ୍ତ ନେବା ଓ ଦେବାରେ ଅସୁବିଧା

ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ, ଟେଷ୍ଟିଂ ମେସିନ ପୋଡିଯାଇଥିବାରୁ ରକ୍ତ ନେବା ଓ ଦେବାରେ ଅସୁବିଧା

7

୦୯/୦୭/୨୧ (ଜିଲ୍ଲା ଖବର) : ଜଳିଲା ବାରିପଦା ରକ୍ତଭଣ୍ଡାର । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ସନ୍ଦେହ । ତେବେ ନିଆଁକୁ ନିୟନ୍ତ୍ରଣ କରିଛି ଅଗ୍ନିଶମ ବିଭାଗ । ନିଆଁ ଲାଗି ରକ୍ତଭଣ୍ଡାରରେ ଲାଗିଥିବା AC, କମ୍ପ୍ୟୁଟର ଓ କିଛି ଆସବାବପତ୍ର ପୋଡିଯାଇଛି ।

ସୂଚନା ଅନୁସାରେ ରକ୍ତ ରହୁଥିବା ସ୍ଥାନରେ କୌଣସି କ୍ଷତି ହୋଇନି । ଆଜି ସକାଳ ୭.୩୦ ମିନିଟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । କମ୍ପ୍ୟୁଟର ରୁମରେ ଧୂଆଁ ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ କର୍ମଚାରୀ । ଅଳ୍ପ ସମୟ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବିଭାଗ । ନିଆଁ ଲାଗିବା ପରେ ଟେଷ୍ଟିଂ ମେସିନ ପୋଡିଯାଇଥିବା ଫଳରେ ରକ୍ତ ନେବା ଓ ଦେବାରେ ଅସୁବିଧା ହେଉଛି । ରକ୍ତ ନେବା ପାଇଁ ଆସିଥିବା ଥାଲାସେମିଆ ରୋଗୀଙ୍କୁ ଉଦଳା ପଠାଯାଉଛି ।