ଜମିବାଡିକୁ ନେଇ ସଂଘର୍ଷ, ଚାଲିଗଲା ମହିଳାଙ୍କ ଜୀବନ

10

କଳାହାଣ୍ଡି,୦୯/୦୭/୨୧ (ଜିଲ୍ଲା ଖବର) : ଜମିବାଡିକୁ ନେଇ ସଂଘର୍ଷ। ଏହାର କରାଳ ରୂପରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା।କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ଲାଞ୍ଜି ଗ୍ରାମରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।  ମୃତ ମହିଳାଙ୍କ ନାମ ଲିପସା ସାହୁ ବୋଲି ଜଣାପଡିଛି ।

ଜମିବାଡ଼ିକୁ କେନ୍ଦ୍ର କରି ଗତକାଲି ସନ୍ଧ୍ୟା ସମୟରେ ଜମି ମଧ୍ୟରେ ହିଁ ସଙ୍ଘର୍ଷ ହୋଇଥିଲା । ସଙ୍ଘର୍ଷରେ ଉଭୟ ପକ୍ଷ ରକ୍ତାକ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇ ଥିବା ବେଳେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ରାତ୍ର ସମୟରେ ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅପର ପକ୍ଷରେ ଉକ୍ତ ଘଟଣାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ମହିଳାଙ୍କ ପରିବାର ପକ୍ଷରୁ କେଗାଁ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା ଜଣାପଡିଛି ।