Home ଅପରାଧ ଖାଦ୍ୟ ଅନ୍ୱେଷଣରେ ଆସିଥିଲା, ଜାଳିଦେଇ ଚାଲିଗଲା

ଖାଦ୍ୟ ଅନ୍ୱେଷଣରେ ଆସିଥିଲା, ଜାଳିଦେଇ ଚାଲିଗଲା

9

ମୟୁରଭଞ୍ଜ, ୦୯/୦୭/୨୧ (ଜିଲ୍ଲା ଖବର) : ମୟୂରଭଞ୍ଜରେ ବିଳମ୍ବିତ ରାତିରେ ଅଘଟଣ । ହାତୀ ଜାଳିଦେଲା ଘର, ଅଳ୍ପକେ ବର୍ତ୍ତିଲା ପିରବାର । ସୂଚନା ଅନୁସାରେ ବେତନଟୀ ରେଞ୍ଜର ବନପାଳ କ୍ଷେତ୍ରରେ ଥିବା ଝାଡ଼ଖଣ୍ଡୀ ହାତୀ ଫାଲଝରୀ ଗାଁକୁ ପଶିଆସିଥିଲା । ସେଠାରେ ସୁରେନ୍ଦ୍ର ମୁର୍ମୁଙ୍କ ଘରେ ପଶି ଖାଦ୍ୟ ଖୋଜିଥିଲା ।

ଏହାରି ଭିତରେ ବାହାରେ ଥିବା ଚୂଲିରେ ଅଙ୍ଗାର ଥିବା ଦେଖି ତାକୁ ଲିଭାଇବାକୁ ଚେଷ୍ଟା କରିଥିଲା । ଏଭଳି କରିବା ଦ୍ୱାରା ସେ ଖାଦ୍ୟ ଖାଇପାରିବ ଭାବିଥିଲା । ସେଥିପାଇଁ ଚାଳରୁ ନଡ଼ା ଓ ପତ୍ର ଆଣିଥିଲା । ଫଳରେ ନିଆଁ ଲିଭିବା ପରିବର୍ତ୍ତେ ଘରେ ନିଆଁ ଲାଗିଯାଇଥିଲା । ହାତୀ ଆସି ଥିବାରୁ ଗାଁଲୋକ ଜାଗ୍ରତ ଥିଲେ । ସେଥିପାଇଁ ନିଆଁ ଲାଗିବା ପରେ ବି ସୁରେନ୍ଦ୍ରଙ୍କ ଘରକୁ ସାହାଯ୍ୟ ପାଇଁ ଆସିଥିଲେ ଗ୍ରାମବାସୀ ।