
ଭୁବନେଶ୍ୱର, ୦୯/୦୭/୨୧ (ଜିଲ୍ଲା ଖବର) : ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୩ତମ ପ୍ରତିଷ୍ଠା ଦିବସ । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏହି ଦିବସକୁ ପାଳିଛି ସଂଗଠନ । ଶିକ୍ଷା, ସାମାଜିକ କ୍ଷେତ୍ରରେ ପରିଷଦ ଅନେକ କାର୍ଯ୍ୟ କରୁଛି । ମହାମାରୀ ସମୟରେ ମଧ୍ୟ ଲୋକମାନଙ୍କୁ ସଚେତନ କରାଇବା, ଭ୍ୟାକ୍ସିନ୍ ନେବା ପୂର୍ବରୁ ରକ୍ତଦାନ କରିବା କାର୍ଯ୍ୟ ମଧ୍ୟ କରିଛି ।
ପ୍ରତିଷ୍ଠା ଦିବସରେ ବିଦ୍ୟାର୍ଥୀମାନେ ଶିକ୍ଷିତ ହେବା ସହିତ ରାଷ୍ଟ୍ର ହିତରେ କାମ କରିବାକୁ ଆହ୍ୱାନ ଦେଇଛନ୍ତି ଏବିଭିପିର ପ୍ରଦେଶ ସଭାପତି ଗାର୍ଗୀ ବାନାର୍ଜୀ।


