Home ଆଞ୍ଚଳିକ ବିନା ଦର୍ଶକରେ ଟୋକିଓ ଅଲିମ୍ପିକ୍ସ : ଜାପାନ ପ୍ରଧାନମନ୍ତ୍ରୀ

ବିନା ଦର୍ଶକରେ ଟୋକିଓ ଅଲିମ୍ପିକ୍ସ : ଜାପାନ ପ୍ରଧାନମନ୍ତ୍ରୀ

7

୦୯/୦୭/୨୧ (ଜିଲ୍ଲା ଖବର) : ଚଳିତ ବର୍ଷ ଜୁଲାଇ 23 ରୁ ଅଗଷ୍ଟ 8 ଯାଏଁ ଅଲିମ୍ପିକ୍ସ ଜାପାନର ରାଜଧାନୀ ଟୋକିଓରେ ଖେଳାଯିବ। ତେବେ ଚଳିତବର୍ଷ ଏହି ମେଗା ଇଭେଣ୍ଟ ବିନା ଦର୍ଶକରେ ଖେଳାଯିବ ବୋଲି ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା ସୂଚନା ଦେଇଛନ୍ତି।

କିଛି ସମୟ ପୂର୍ବରୁ ଟୋକିଓ ଅଲମ୍ପିକର କ୍ରୀଡ଼ାଗ୍ରାମରେ କାର୍ଯ୍ୟ କରୁଥିବା ଦୁଇ ଜଣ କର୍ମଚାରୀ କରୋନା ପଜିଟିଭ ଚି଼ହ୍ନଟ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ସହରରେ ମହାମାରୀ ପାଇଁ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା।

 ତେବେ ଜାପାନ ସରକାର, ଟୋକିଓ ଅଲମ୍ପିକର ଆୟୋଜକ, ଅଲମ୍ପିକ ଏବଂ ପାରା ଅଲମ୍ପିକର କିଛି ସଦସ୍ୟଙ୍କୁ ନେଇ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। କିଛି ମେଡିକାଲର ଏକ୍ସପର୍ଟଙ୍କ ରାୟ ନେବା ପରେ ହଜାର ହଜାର ଆଥଲେଟଙ୍କ ସ୍ୱାସ୍ଥ୍ୟ ନିରାପତ୍ତା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି।