Sunday, November 15, 2026
Home ଆଞ୍ଚଳିକ ଶେଷ ହେଲା ନୂଆ କ୍ୟାବିନେଟର ପ୍ରଥମ ବୈଠକ, 23 ହଜାର ଶହେ କୋଟିର ଏମରଜେନ୍ସି ସ୍ଵାସ୍ଥ୍ୟ...

ଶେଷ ହେଲା ନୂଆ କ୍ୟାବିନେଟର ପ୍ରଥମ ବୈଠକ, 23 ହଜାର ଶହେ କୋଟିର ଏମରଜେନ୍ସି ସ୍ଵାସ୍ଥ୍ୟ ପ୍ୟାକେଜ

6

ନୂଆଦିଲ୍ଲୀ, ୦୯/୦୭/୨୧ (ଜିଲ୍ଲା ଖବର) : କେନ୍ଦ୍ରର ନୂଆ ମନ୍ତ୍ରିମଣ୍ଡଳର ପ୍ରଥମ କ୍ୟାବିନେଟ ବୈଠକରେ ଚାଷ ଏବଂ ଚାଷୀଙ୍କ ପାଇଁ ବଡ ନିଷ୍ପତ୍ତି ନେଇଛନ୍ତି ସରକାର । ମଣ୍ଡି ଗୁଡିକ ଜରିଆରେ ଚାଷୀଙ୍କୁ ଏକ ଲକ୍ଷ କୋଟି ଟଙ୍କା ପହଞ୍ଚାଯିବ। 

ସେହିପରି କୃଷକ ସଂଗଠନ ଗୁଡିକୁ 2 କୋଟି ଟଙ୍କାର ଋଣ ପ୍ରଦାନ କରାଯିବ।  ଏହାସହ ଏକ ଲକ୍ଷ କୋଟି ଟଙ୍କାର ଫଣ୍ଡର ବ୍ୟବହାର APMC  କରିବ। APMC ମଣ୍ଡି ଗୁଡିକୁ ଅଧିକ ମଜବୁତ କରାଯିବା ନେଇ ମଧ୍ୟ ସରକାର ଘୋଷଣା କରିଛନ୍ତି।

କୃଷି ମଣ୍ଡି ଗୁଡିକୁ ଅଧିକ ସଂଶାଧନ ପ୍ରଧାନ କରାଯିବ। ସେହିପରି କେନ୍ଦ୍ର ମନ୍ତ୍ରିମଣ୍ଡଳ ସ୍ଵାସ୍ଥ୍ୟ ଏମରେଜନ୍ସି ପାଇଁ 23 ହଜାର କୋଟିର ପ୍ୟାକେଜକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।