Home ଆଞ୍ଚଳିକ ପ୍ରଥମ ଭାରତୀୟ ବ୍ୟାଟ୍ସମାନ ଭାବେ ଟି -20 ରେ ଦ୍ଵିଶତକ ହାସଲ କଲେ ସୁବୋଧ ଭାଟି

ପ୍ରଥମ ଭାରତୀୟ ବ୍ୟାଟ୍ସମାନ ଭାବେ ଟି -20 ରେ ଦ୍ଵିଶତକ ହାସଲ କଲେ ସୁବୋଧ ଭାଟି

11

୦୯/୦୭/୨୧ (ଜିଲ୍ଲା ଖବର) : ପ୍ରଥମ ଭାରତୀୟ ବ୍ୟାଟ୍ସମାନ ଭାବେ ଟି -20 ରେ ଦ୍ଵିଶତକ ହାସଲ କଲେ ସୁବୋଧ ଭାଟି। ଦିଲ୍ଲୀ ବ୍ୟାଟ୍ସମାନ ସୁବୋଧ ଭାଟି ଦିଲ୍ଲୀ ନୂଆ ଏକାଦଶ ପକ୍ଷରୁ ଖେଳୁଥିବା ସୁବୋଧ ସିମ୍ବା ବିପକ୍ଷରେ ମାତ୍ର 79 ବଲରୁ 205 ରନର ଇନିଂସ ଖେଳିଥିଲେ। ଏହି ଇନିଂସରେ 17 ଟି ଛକା ଏବଂ 17 ଟି ଚୌକା ମାରିଥିଲେ।

ଆନ୍ତର୍ଜାତୀୟ ଟି -20 ମ୍ୟାଚରେ ଅଷ୍ଟ୍ରେଲିୟ ଅଧିନାୟକ ଆରୋନ ଫିଞ୍ଚ  ନାଁରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ରେକର୍ଡ ରହିଛି ।  ସେ 2018 ଟି -20 ଟ୍ରାଇ ସିରିଜରେ ଜିମ୍ବାୱେ ବିପକ୍ଷରେ ମାତ୍ର 76 ଟି ବଲରୁ 16 ଟି ଚୌକା ଏବଂ 10 ଟି ଛକା ସହ 172 ରନର ଇନିଂସ ଖେଳିଥିଲେ।

 ସୁବୋଧ ଭାଟି ଦିଲ୍ଲୀ ପାଇଁ 8 ଟି ପ୍ରଥମ ଶ୍ରେଣୀ ମ୍ୟାଚ୍, 24 ଟି ଲିଷ୍ଟ -ଏ ଏବଂ 39 ଟି -20 ମ୍ୟାଚ୍ ଖେଳି ଯଥାକ୍ରମେ 147, 132 ଏବଂ 120 ରନ୍ ସ୍କୋର କରିଛନ୍ତି।  ଏହା ସହ ପ୍ରଥମଶ୍ରେଣୀ , ଲିଷ୍ଟ ଏ ଏବଂ ଟି -20 କ୍ରିକେଟରେ ଯଥାକ୍ରମେ 19, 37 ଏବଂ 47 ୱିକେଟ୍ ହାସଲ କରିଛନ୍ତି।