BEO ମ୍ୟାଡେମଙ୍କ ଡ୍ୟାନସିଂ ଅନ୍ଦାଜ, କରୋନା କଟକଣାର ଉଡାଇଲେ ଧଜିଆ

10

ମାଲକାନଗିରି,୦୯/୦୭/୨୧ (ଜିଲ୍ଲା ଖବର) : BEO ମ୍ୟାଡେମଙ୍କ ଡ୍ୟାନସିଂ ଅନ୍ଦାଜ। ସମ୍ବଲପୁରୀ ଗୀତରେ ନାଚିଲେ ଝୁମିଲେ । କରୋନା କଟକଣାର ଧଜିଆ ଉଡାଇଲେ । ସରକାରୀ ଅତିଥି ଭବନରେ ଜମିଲା ନାଚ ଗୀତାର ଆସର । ମାଲକାନଗିରି ଜିଲ୍ଲା କୁଡୁମୁଳୁଗୁମ୍ମା ବ୍ଲକ ଶିକ୍ଷା ଅଧିକାରୀ ଗାୟତ୍ରୀ ଦେବୀଙ୍କ ଡ୍ୟାନସିଂ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

କୋଭିଡ କଟକଣାର ଧଜିଆ ଉଡାଇ ବିନା ମାକ୍ସରେ ଲୋକଙ୍କୁ ଏକତ୍ରିତ କରି ଡ୍ୟାନ୍ସ କରିବାର ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଭିଡିଓଟି କେଉଁ ତାରିଖର ତାହା ସ୍ପଷ୍ଟ ହୋଇନାହିଁ କିନ୍ତୁ କୋରୋନା କଟକଣା ମଧ୍ୟରେ ହିଁ ଏହି ଭିଡିଓ ଉତ୍ତୋଳନ ହୋଇଥିବା ସୂଚନା ମିଳିଛି । ଭିଡିଓରୁ ଏହା ବାଲିମେଳାରେ ଥିବା ପୋଟେରୁ ଜଳସେଚନ ପ୍ରକଳ୍ପର ଅତିଥି ଭବନର ହୋଇଥିବା ଜଣାପଡିଛି ।

ସରକାରୀ ଅତିଥି ଭବନରେ ସରକାରୀ କର୍ମଚାରୀ କିଭଳି ନିୟମକୁ ଉଲଂଘନ କରୁଛନ୍ତି ଏବଂ ଏଥିପ୍ରତି କାହାର ନିଘା ନାହିଁ  ତାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ଏହି ଘଟଣାରେ ଆମେ ଈଋଙ ସୁଶ୍ରୀ ଗାୟତ୍ରୀ ଦେବୀଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନଥିଲା ।….