
ପୁରୀ, ୦୯/୦୭/୨୧ (ଜିଲ୍ଲା ଖବର) : ଆଜି ପବିତ୍ର ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ। ଶ୍ରୀଜୀଉମାନେ ଆଷାଢ଼ ଅମାବାସ୍ୟା ତଥା ଉଭା ଅମାବାସ୍ୟା ତିଥିରେ ଧାରଣ କରୁଥିବା ବିଶେଷ ବେଶ ଅଟେ । ସ୍ନାନପୂର୍ଣ୍ଣିମାର ସ୍ନାନ ପରେ ଠାକୁର ମାନେ ଅଣସର ଘରେ ଯାଇ ରହନ୍ତି । ପନ୍ଦର ଦିନ ଭକ୍ତମାନେ ତାଙ୍କର ଦର୍ଶନ ଲାଭରୁ ବଞ୍ଚିତ ହୁଅନ୍ତି । ଅଣସର ଶେଷରେ ପୁଣି ସେ ଯେଉଁଦିନ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ତାହାକୁ ନବଯୌବନ ଦର୍ଶନ କୁହାଯାଏ ।
ଲଗାତାର ଦୁଇବର୍ଷ ହେବ କରୋନା ପାଇଁ ମହାପ୍ରଭୁଙ୍କ ଏହି ନବଯୌବନ ଦର୍ଶନରୁ ଭକ୍ତମାନେ ବଞ୍ଚିତ ହୋଇଛନ୍ତି। ଆଜି ଖଡ଼ି ପ୍ରସାଦ ଶ୍ରୀନହରକୁ ବିଜେ ହେବାପରେ ମହାପ୍ରଭୁଙ୍କ ବନକଲାଗି ନୀତି ବା ଶ୍ରୀମନ୍ଦିର ସୃଙ୍ଗାର ଦତ୍ତମହାପାତ୍ର ସେବାୟତ ମାନଙ୍କ ଦ୍ଵାରା ସମ୍ପର୍ଣ୍ଣ ହୋଇଛି।


