
ଜଗତସିଂହପୁର,୦୯/୦୭/୨୧ (ଜିଲ୍ଲା ଖବର) : ଆବାସ ଘୋଟାଲା ବିରୁଦ୍ଧରେ ବିଜେପିର ରଣହୁଙ୍କାର। ନ୍ୟାୟ ପାଇଁ ରାଜରାସ୍ତାକୁ ଓହ୍ଲାଇଛି ଦଳ। ସାରା ରାଜ୍ୟରେ ଦୁର୍ନୀତି ବିରୁଦ୍ଧରେ ବିଜେପିର ଲଢେଇ। ରାଜ୍ୟରେ ଆବାସ ଦୁର୍ନୀତି ବିରୁଦ୍ଧରେ ସ୍ବର ଉଠାଇଛି ବିଜେପି। ଦୁର୍ନୀତି ବିରୋଧରେ ରାଜ୍ୟବ୍ୟାପି ବ୍ଲକ ଅଫିସ ଘେରାଉ କରିଛି ଦଳ। ଦଳୀୟ ଭିତ୍ତିରେ ଅଯୋଗ୍ୟଙ୍କୁ ଘର ଦିଆଯାଇଥିବା ବେଳେ ଯୋଗ୍ୟ ବାଦ ପଡିଥିବା ଅଭିଯୋଗ ଆଣିଛି ବିଜେପି।
ଯୋଗ୍ୟ ହିତାଧିକାରୀ ଚୟନଠାରୁ ଗୃହ ନିର୍ମାଣ ପର୍ୟ୍ୟନ୍ତ ତଦାରଖ କରାଯାଉ ବୋଲି ଦାବି କରିଛି ବିଜେପି। ଗାଁ ମୁରବୀ, ସାହି ମୁଖିଆ, ଯୁବକ ଓ ମହିଳା ସଂଘର କର୍ମକର୍ତ୍ତାଙ୍କୁ ନେଇ ପଞ୍ଚାୟତସ୍ତରରେ ‘ଜନ ନିରୀକ୍ଷଣ କମିଟି’ ଗଠନ କରିବାକୁ ଜୋର ଧରିଛି ଦାବି।



