
ଖୋର୍ଦ୍ଧା,୦୯/୦୭/୨୧ (ଜିଲ୍ଲା ଖବର) : ଚୋରୀ କରିବାକୁ ଆସି ଧରାପଡ଼ିଲେ ଲୁଟେରା। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ବନମାଳିପୁର ଫାଣ୍ଡି ଅଧିନସ୍ଥ ଭଅଁରାଗଡ଼ ଗ୍ରାମରେ। ଏହି ଗ୍ରାମର ଦୁଷ୍ମନ୍ତ କୁମାର ପାତ୍ର କେନାଲ ବନ୍ଧରେ ବାଇକ ରଖି ବିଲକୁ ଯାଇଥିବା ସମୟରେ ଏହାର ସୁଯୋଗ ନେଇ ଲୁଟେରା ମାନେ ଦୁଷ୍ମନ୍ତ ଙ୍କ ବାଇକକୁ ନେଇଯାଇଥିଲେ।ଲୁଟେରାଙ୍କ ମଧ୍ୟରୁ ଜଣେ ଖସି ପଳାଇଥିବା ବେଳେ ଅନ୍ୟ ୨ଜଣ ଲୁଟେରାଙ୍କୁ ଗ୍ରାମବାସୀ ମାନେ କାବୁ କରି ପୋଲିସର ଜିମା ଦେଇଛନ୍ତି।
ଲୁଟେରା ୨ଜଣ ହେଉଛନ୍ତି ନିଆଳି ଅଞ୍ଚଳର ପ୍ରାସାଦ ବସ୍ତିଆ ଓ ରାଜେସ ଭୋଇ। ଖସି ଯାଇଥିବା ଲୁଟେରା ଜଣକ ହେଉଛନ୍ତି ଚନ୍ଦନ ଜେନା। ଖବର ପାଇ ବାଲିପାଟଣା ପୋଲିସ ଘଟଣାସ୍ଥଳରେ ପହଁଚି ୨ଜଣ ଯୁବକ କୁ ଥାନା ରେ ଅଟକ ରଖି ତଦନ୍ତ ଚଳାଇଛି।



