
ହିଞ୍ଜିଳିକାଟୁ,୮/୦୭(ଜିଲ୍ଲା ଖବର) : ହିଞ୍ଜିଳିକାଟୁ ଅଞ୍ଚଳ ର ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟାନାୟକଙ୍କ ପ୍ରଥମ ଶ୍ରଦ୍ଧାବାର୍ଷିକୀ ଅବସର ରେ ହିଞ୍ଜିଳିକାଟୁ ରେ ଏକ ରକ୍ତଦାନ ଶିବିର ଆୟୋଜନ କରିବାକୁ ନେଇ ଆଜି ହିଞ୍ଜିଳିକାଟୁ ପାଟଣାସାହି ଲକ୍ଷ୍ମୀନୃସିଂହ ମନ୍ଦିର ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୧୧ତାରିଖ ଦିନ ସ୍ୱର୍ଗତ ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ ଙ୍କ ପ୍ରଥମ ଶ୍ରଦ୍ଧା ବାର୍ଷିକୀ ଅବସରରେ ରକ୍ତଦାନ ଶିବିର ଆୟୋଜନ ନେଇ ସ୍ତିର ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ଆଇନଜୀବୀ ନୃସିଂହ ପ୍ରସାଦ ପଟ୍ଟନାୟକ, ଓକିଲସଂଘ ସଭାପତି ଦ୍ଵିତୀକୃଷ୍ଣ ସାବତ, ଦ୍ଵିତୀକୃଷ୍ଣ ପଣ୍ଡା, ବିକାଶମଞ୍ଚ ସଭାପତି ପ୍ରମୋଦପଣ୍ଡା, ନଗରବିଜେଡ଼ି ସଭାପତି ଭୀମସେନ ବେହେରା , ପୂର୍ବତନ ଉପନଗରପାଳ ପବିତ୍ରମୋହନ ପାଣିଗ୍ରାହୀ , ପୂର୍ବତନ ରାଜ୍ୟବିଜେପି ଉପସଭାପତି ଦେବାନନ୍ଦମହାପାତ୍ର , ଷ୍ଟୁଡେଣ୍ଟସ୍ ଫର୍ ସୋସାଇଟି ସଭାପତି ସଂସ୍କାର ପଟ୍ଟନାୟକ ଓ ହିଞ୍ଜିଳିକାଟୁ ର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।
ରଜନୀକାନ୍ତ ପାତ୍ର ହିଂଜିଳି କାଟୁ


