
ଜଟଣୀ,୭/୦୭(ଜିଲ୍ଲା ଖବର) : ମହାମାରୀ କରୋନା ବିପତି ସମୟରେ ଦୈନନ୍ଦିନ ଜିବନରେ ଜଣେ ବ୍ୟକ୍ତି ବଚିଂବାଲାଗି ଆବଶ୍ୟକ ହେଉଥିବା ନିତ୍ୟ ବ୍ୟବହାର ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ହୋଇ ଚାଲିଛି । ଫଳରେ ଗରୀବ, ଅସହାୟ ଓ ମଧ୍ୟବିତ ବର୍ଗର ଲୋକମାନଙ୍କ ଚଳଣିରେ ସମସ୍ୟା ସୃଷ୍ଟି ହୋଇଛି । ତେଣୁ କେନ୍ଦ୍ର ସରକାର ଏହି ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପରିବର୍ତେ ତୈଳଦର ମଧ୍ୟ ବୃଦ୍ଧି କରିଛନ୍ତି । ତେଣୁ ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବିରୋଧକରି ଜଟଣୀ ନଗର କଂଗ୍ରେସ ପକ୍ଷରୁ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଘଂଟ ବଜାଇ ଏହାର ନିନ୍ଦା କରିଥିଲେ । ଏଥି ସହିତ ପ୍ରଧାନମନ୍ତ୍ରୀ ଏବଂ ମୂଖ୍ୟ ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିଥିଲେ । ଜଟଣୀ ବିଧାୟକ ତଥା କଂଗ୍ରେସର ବରିଷ୍ଠନେତା ସୁରେଶ କୁମାର ରାଉତରାୟ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଜଟଣୀ ନାଗରୀକ କମିଟି ସଭାପତି କ୍ୟାପ୍ଟେନ ମନ୍ମଥ ରାଉତରାୟ, ଜଟଣୀ ନଗର କଂଗ୍ରେସ ସଭାପତି ଅଶୋକ ମଙ୍ଗରାଜ, ବ୍ଲକ କଂଗ୍ରେସ ସଭାପତି ଧନେଶ୍ୱର ରାଉତ,ବିଧାୟକ ରାଜନୈତିକ ସଚିବ କଳିଙ୍ଗ କୁମାର ସାହୁ, ଛଣଘର ସରପଚଂ ସୁନିଲ କୁମାର ରାଉତରାୟ, ଦଇନ ବର, ଶୁଭ୍ରାଷୁଂ ପଟ୍ଟନାୟକ, ବିଷ୍ଣୁ ସାହୁ, ଲୁସେନ ରାୟ, ଶୁଭେନ୍ଦୁ ପରିଜା, ନୈାସର ଅଲୀ, ବୃନ୍ଦାବନ ସାହୁ, ଲକ୍ଷ୍ମିଧର ବିଶ୍ୱାଳ, ସୁଲୁ ରଥଙ୍କ ସହିତ ଛାତ୍ର କଂଗ୍ରେସ,ଯୁବ କଂଗ୍ରେସ,ମହିଳା କଂଗ୍ରେସ ପ୍ରଭୃତିର କର୍ମକର୍ତାମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ, ସଞ୍ଜୀବ କୁମାର ।


