
ଜଟଣୀ,୭/୦୭(ଜିଲ୍ଲା ଖବର) : ଦିର୍ଘଦିନର ବ୍ୟବଧାନପରେ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶକ୍ରମେ ଜଟଣୀର ଥାନାଛକଠାରୁ ତିରିମଲ ପର୍ଯ୍ୟନ୍ତ ୧୦କି:ମି ରାସ୍ତାଲାଗି କାର୍ଯ୍ୟାରମ୍ଭ ହୋଇଛି । ତେବେ ଏନେଇ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଥାନାଛକରାସ୍ତାଠାରେ ଗତ ୫ ତାରିଖରେ ଶିଳାନ୍ୟାସ କରିଥିଲେ । ତେବେ ଲଗାଯାଇଥିବା ଫଳକକୁ କେହି ଦୁର୍ବୁତ ମଙ୍ଗଳବାର ରାତିରେ ଭାଙ୍ଗିଦେଇଥିବା ନେଇ ଜଟଣୀ କଂଗ୍ରେସ ପକ୍ଷରୁ ଜଟଣୀଥାନାରେ ଲିଖିତ ଅଭିଯୋଗ ହୋଇଛି । ବିଧାୟକଙ୍କ ଦ୍ୱାରା ଫଳକ ଲାଗିବାପରେ ଗତକାଲି ରାତିରେ ଏହି ଫଳକ ନିକଟରେ ଏକ ଲିଖିତ ପତ୍ର ମିଳିଛି । ସେଥିରେ ଖେଲା ଯାଇଛି ଯେ, “ଜଟଣୀରେ କିଛି ନ କରି ଫଳକ ମାରିଥିବାରୁ ଏହାକୁ ଭଙ୍ଗାଗଲା’ ବୋଲି କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଏତଲାରେ ଉଲେଖ ହୋଇଛି । ଅନ୍ୟପଟେ ଜଟଣୀ କଂଗ୍ରେସ ମଧ୍ୟ କହିଛି ଯେ, ଏହି ଯୋଜନା ହେଉଛି ରାଜ୍ୟ ସରକାରଙ୍କ । ଓଡିଶା ସରକାର ଶାସନ ଭାରରେ ରହିଥିବା ବେଳେ ଏହି ଫଳକ ଭଙ୍ଗାଯିବା ରାଜ୍ୟ ସରକାରଙ୍କ ପ୍ରତି ଅବମାନନା । ତେଣୁ ଭାଙ୍ଗିଥିବା ଫଳକର ଅପରାଧୀକୁ ତୁରନ୍ତ ଗିରଫକରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାଲାଗି ଦାବି ହୋଇଛି ।
ରିପୋର୍ଟ, ସଞ୍ଜୀବ କୁମାର ।


