Wednesday, November 11, 2026
Home ଆଞ୍ଚଳିକ ଆସିକା ବିଜ୍ଞାନ ମହାବିଦ୍ୟାଳୟ ୟୁଥ୍ ରେଡକ୍ରସ୍ ତରଫରୁ ବନ ମହୋତ୍ସବ କାର୍ଯ୍ୟକ୍ରମ

ଆସିକା ବିଜ୍ଞାନ ମହାବିଦ୍ୟାଳୟ ୟୁଥ୍ ରେଡକ୍ରସ୍ ତରଫରୁ ବନ ମହୋତ୍ସବ କାର୍ଯ୍ୟକ୍ରମ

41

ଆସିକା,୬/୦୭(ଜିଲ୍ଲା ଖବର) : ଭାରତୀୟ ୟୁଥ୍ ରେଡକ୍ରସର ନିର୍ଦ୍ଦେଶକ୍ରମେ ଓଡିଶା ରେଡକ୍ରସ୍ ଦ୍ବାରା ଆସିକା ବିଜ୍ଞାନ ମହାବିଦ୍ୟାଳୟର ୟୁଥ୍ ରେଡକ୍ରସ୍ ଶାଖା ଉପଦେଷ୍ଟା ହିନ୍ଦୀ ଅଧ୍ୟାପକ ରାଜେଶ୍ କୁମାର ସାହୁ ଓ ଅର୍ଥଶାସ୍ତ୍ର ଅଧ୍ୟାପକ ଦେବବ୍ରତ ସାହୁଙ୍କ ତରଫରୁ ଏବଂ କଲେଜ ଅଧ୍ୟକ୍ଷ ଡ଼. ଜୀବାନନ୍ଦ ତ୍ରିପାଠୀଙ୍କ ଅକୁଣ୍ଠ ସହଯୋଗରେ ସାପ୍ତାହିକ ବନ ମହୋତ୍ସବ କାର୍ଯ୍ୟକ୍ରମ ସୂଚାରୁରୂପେ ସଂପାଦନ ହୋଇଯାଇଛି। ଏହାର ମୂଳଲକ୍ଷ୍ୟ ନିମ୍ବ ବୃକ୍ଷ ରୋପଣ ଥିଲା। କାରଣ ନିମ୍ବ ବୃକ୍ଷ ଦ୍ବାରା ହିଁ ଦିନକୁ ପ୍ରାୟ 16 ରୁ 17 ଘଣ୍ଟା ଧରି ବାୟୁମଣ୍ଡଳରୁ ଶୁଦ୍ଧ ଅମ୍ଳଜାନ ମିଳେ ବୋଲି ଉଦ୍ଭିଦ ବୈିଜ୍ଞାନିକମାନେ ମତପୋଷଣ କରିଛନ୍ତି। ତେଣୁ ବନ ମହୋତ୍ସବ କାର୍ଯ୍ୟକ୍ରମଟି ଚଳିତ କରୋନା ବୈଶ୍ବିକ ମହାମାରୀକୁ ଲକ୍ଷ୍ୟ ରଖି ସ୍ବତନ୍ତ୍ରରୂପେ ୟୁଥ୍ ରେଡକ୍ରସ ତରଫରୁ ସମଗ୍ର ଭାରତବର୍ଷରେ ସାପ୍ତାହିକ କାର୍ଯ୍ୟକ୍ରମ ରୂପେ ଚାଲିଛି। କଲେଜ କ୍ୟାମ୍ପସ୍ ପରିସର ମଧ୍ୟରେ ନିମ୍ବ ବୃକ୍ଷ ସହ ଅନ୍ୟାନ୍ୟ ବୃକ୍ଷ ମଧ୍ୟ ରୋପଣ କରାଯାଇଥିଲା। ଏଥିରେ କଲେଜର ବରିଷ୍ଠ ଅଧ୍ୟାପକ କେଦାରନାଥ ପଣ୍ଡା, ଡ଼. ଶଙ୍କରନାରାୟଣ ଅଧିକାରୀ, ଡ଼. ଅଭୟ ପରିଚ୍ଛା ପଟ୍ଟନାୟକ, ସରୋଜ ପଣ୍ଡା, ଅଧ୍ୟାପିକା ଡ଼. ସ୍ମିତାରାଣୀ ପଣ୍ଡା, ଡ଼. ନନ୍ଦିତା ଦାସ, ଡେମୋଷ୍ଟ୍ରେଟର ଧନଞ୍ଜୟ ମହାପାତ୍ର, ସନାତନ ପାଢୀ, ଗାର୍ଡେନର୍ ଭିକାରି ଚରଣ ଗୌଡ଼, ୱାଚମେନ୍ ବସନ୍ତ ନାଇକ,ଗଗନ ନାଇକ ଆଦି କର୍ମଚାରୀଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇପାରିଥିଲା।