Tuesday, November 17, 2026
Home ଆଞ୍ଚଳିକ ମଠ ବାରିଡ଼ା ସ୍ଥିତ ରାମକୁଣ୍ଡର ପୁନଃ ଉଦ୍ଧାର ପାଇଁ ସାହାଯ୍ୟର ହାତ ବଢାଇଲେ ହରପ୍ରସାଦ ସାହୁ

ମଠ ବାରିଡ଼ା ସ୍ଥିତ ରାମକୁଣ୍ଡର ପୁନଃ ଉଦ୍ଧାର ପାଇଁ ସାହାଯ୍ୟର ହାତ ବଢାଇଲେ ହରପ୍ରସାଦ ସାହୁ

52

ବେଗୁନିଆପଡ଼ା,୬/୦୭( ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଏସ ଛାଚିନା ପଞ୍ଚାୟତର ମଠ ବାରିଡ଼ା ସ୍ଥିତ ରାମକୁଣ୍ଡର ପୁନଃ ଉଦ୍ଧାର ପାଇଁ ସାହାଯ୍ୟର ହାତ ବଢାଇଲେ ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପଦକ ତଥା କୋଦଳା ଏନଏଏସିର ପ୍ରାକ୍ତନ ନଗରପାଳ ହରପ୍ରସାଦ ସାହୁ । ରାମକୁଣ୍ଡର କାର୍ଯ୍ୟ ଚାଲୁଥିବା ଦେଖି ବହୁତ ଖୁସି ଅନୁଭବ କରିଥିଲେ । ଆଉ ସେଠାରେ ପହଁଚିବା ପରେ ଲୋକଙ୍କ ସହ ଆଲୋଚନା କରିଥିଲେ । ରାମକୁଣ୍ଡର ଉନ୍ନତି କରଣ ନିମନ୍ତେ ବିପୁଳ ଅର୍ଥ ରାଶି ପ୍ରଦାନ କରିଛନ୍ତି । ଏହି ଅବସରରେ ମଠ ବାରିଡା ଗ୍ରାମବସୀ ତାଙ୍କର ପ୍ରିୟ ନେତା ହରପ୍ରସାଦ ସାହୁଙ୍କୁ ଅତି ଆଗ୍ରହ ସହକାରେ ପାଛୋଟି ନେଇଥିଲେ ।