Home ଅପରାଧ ଗରିବଙ୍କୁ ସେମାନଙ୍କୁ ହକ୍ ରୁ ବଞ୍ଚିତ କରନ୍ତୁ ନାହିଁ – ପୃଥ୍ୱୀରାଜ ହରିଚନ୍ଦନ

ଗରିବଙ୍କୁ ସେମାନଙ୍କୁ ହକ୍ ରୁ ବଞ୍ଚିତ କରନ୍ତୁ ନାହିଁ – ପୃଥ୍ୱୀରାଜ ହରିଚନ୍ଦନ

7

ଭୁବନେଶ୍ୱର,୦୬/୦୭/୨୧ (ଜିଲ୍ଲା ଖବର) : ଆବାସ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପ୍ରସଙ୍ଗରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ସିଧା ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ । ମିଛର ଅବତାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ଅଜ୍ଞ ।

ରାଜ୍ୟରେ ଆବାସ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଠିକରେ ସୂଚନା ଦିଆଯାଇନି । ମୁଖ୍ୟମନ୍ତ୍ରୀଙ୍କ ଚିଠି ହାସ୍ୟାସ୍ପଦ ବୋଲି ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ନିଜର ସୁରକ୍ଷା ପାଇଁ ଚାଲାକି ଦେଖାଇବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ପୃଥ୍ୱୀରାଜ । ଏହାସହ ସେ କହିଛନ୍ତି ଗରିବଙ୍କୁ ସେମାନଙ୍କୁ ହକ୍ ରୁ ବଞ୍ଚିତ କରନ୍ତୁ ନାହିଁ ।