
ବିଷମକଟକ,୦୬/୦୭/୨୧ (ଜିଲ୍ଲା ଖବର) : ଆଜି ବିସମକଟକ ବ୍ଲକ ର ସମସ୍ତ ଗ୍ରାମ୍ୟ ଜଳଯୋଗାଣ କାର୍ଯ୍ୟରତ ଶ୍ରମିକ ଏକ ପ୍ରେସମିଟ ଯୋଗେ ଦୀର୍ଘ 21 ବର୍ଷ ଧରି ପ୍ରତିଦିନ 6ରୁ 8 ଘଣ୍ଟା ପରିଶ୍ରମ ର ଫଳ ରୂପେ ଏଯାଏ ସର୍ବନିମ୍ନ ପାରିଶ୍ରମିକ ପାଇପାରୁନଥିବା ରୁ ସରକାର ଙ୍କୁ ନିନ୍ଦା କରିଛନ୍ତି ।
ଭାରତୀୟ ମଜଦୂର ସଙ୍ଘ , ରାୟଗଡା ଶାଖା ବିଷମକଟକ ବ୍ଲକ ର ପ୍ରାୟ 50 ଜଣ ସହ ଅନ୍ୟାନ୍ୟ ବ୍ଲକ ପ୍ରାୟ 50 ଜଣ କୁଶଳୀ ଶ୍ରମିକ ଏଇ ବୈଠକ ରେ ଯୋଗଦେଇ ଦାବୀ ସରକାର ଙ୍କୁ ଜଣାଇଛନ୍ତି , ସେମାନଙ୍କୁ ସରକାରୀ କର୍ମଚାରିରୂପେ ଘୋଷଣା କରିବା ,ସର୍ବନିମ୍ନ ମଜୁରୀ ରୂପେ 15000 ଟଙ୍କା ମାସିକଦରମା ପ୍ରଦାନ ,ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଓ ସୁରକ୍ଷା ବୀମା ଯୋଜନା ରେ ଅନ୍ତର୍ଭୁକ୍ତ ଓ ସ୍ୱାବଲମ୍ବୀ କାରିଗର ଙ୍କୁ କରନା କାଳରେ କାର୍ଯ୍ୟରତ ଙ୍କୁ କରନା ଯୋଦ୍ଧା ଘୋଷଣା ସହ ସେମାନଙ୍କୁ ପ୍ରତ୍ସାହନ ଓ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଦାବୀ ଜଣେଇଛନ୍ତି ।
ଦୀର୍ଘ ବର୍ଷ ହେଲା ସେମାନଙ୍କ ପ୍ରତି ବୈମାତୃକ ମନଭାଵ ପୋଷଣ କରି ସେମାନଙ୍କ ପ୍ରତି କୌଣସି ସୁବିଧା ସୁଯୋଗ ଦିଆଯାଉନଥିବା ସମ୍ବନ୍ଧରେ ବିଷମକଟକ ବ୍ଲକ ର ସମସ୍ତ ପତ୍ରକାର ଓ ଇଲୋକଟ୍ରେନିକ ମିଡ଼ିଆ ଙ୍କୁ ନିଜ ଅସୁବିଧା ଜଣେଇଥିଲେ ।
ଆଗକୁ ସରକାର ଅତିଶୀଘ୍ର ସେମାନଙ୍କ ଦାବୀ କୁ ଗ୍ରହଣ କରି ସେମାନଙ୍କ ଭବିଷ୍ୟ ଓ ସୁରକ୍ଷା ପାଇଁ ଅତିଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଚେତ ସେମାନେ ନିଜ ନିଜ କାର୍ଯ୍ୟବନ୍ଦ କରି ରାଜରାସ୍ତା କୁ ଓଲ୍ଲେଇବେ ବୋଲି ଚେତାବନୀ ଦେଇଛନ୍ତି ।ଏହି କାର୍ଯ୍ୟ କ୍ରମ ଟିକୁ ସୀମାଚଳ ମିଶ୍ର ପରିଚାଳନା କରିଥିଲେ।






