Thursday, November 12, 2026
Home ଆଞ୍ଚଳିକ ତିନି ବର୍ଷ ହେଲା ଶଯ୍ୟାଶାୟୀ ସାରଦା ପ୍ରସନ୍ନ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ତିନି ବର୍ଷ ହେଲା ଶଯ୍ୟାଶାୟୀ ସାରଦା ପ୍ରସନ୍ନ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

25

ଭୁବନେଶ୍ୱର,୦୬/୦୭/୨୧ (ଜିଲ୍ଲା ଖବର) : ବାହାଘର ପରେ ସୁଖରେ ଘର ସଂସାର କରିବା ଆଶା ମଉଳିଗଲା । ସ୍ୱାମୀ ସାରଦା ପ୍ରସନ୍ନ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ହଠାତ ଦୁର୍ଘଟଣାର ଶିକାର ହେଲେ । ହେଲେ  ଚିକିତ୍ସା ପାଇଁ ପାଖରେ ନଥିଲା ଅର୍ଥ ।  ପକ୍ଷାଘାତର ଶିକାର ହୋଇ ଦୀର୍ଘ ତିନି ବର୍ଷ ହେବ ଶଯ୍ୟାଶାୟୀ ସାରଦା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ତୁଳଙ୍ଗ ପଞ୍ଚାୟତରେ ।

ସାରଦା ପ୍ରସନ୍ନ ନିଜ ମେଳାପି ଓ ପରୋପକାରୀ ଗୁଣ ଯୋଗୁଁ  ସ୍ଥାନୀୟ ଅଞ୍ଚଳରେ ବେଶ ଜଣାଶୁଣା । ହେଲେ ଦଇବ ଦାଉ ସାଜିଲା ପରି ତାଙ୍କ ଉପରେ ଦୁଃଖର ପାହାଡ ଯେପରି ଲୋଟି ପଡିଛି ।

ମା ଲକ୍ଷ୍ମୀପ୍ରିୟାଙ୍କ ଯୋଗୁଁ ଘର ଚଳୁଛି । ସେ ତୁଳଙ୍ଗ ଅଙ୍ଗନବାଡ଼ିରେ ସହାୟିକା ଭାବେ କାର୍ଯ୍ୟକରୁଥିବାବେଳେ ସେଥିରେ ଯେନ ତେନ ତିନିପ୍ରାଣୀ କୁଟୁମ୍ବ ଚଳିଯାଉଛନ୍ତି । ହେଲେ ଚିକିତ୍ସା କରିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡିଛି । ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆ ଗଲେ ହୁଏତ ସାରଦା ପ୍ରସନ୍ନ ନିଜ ଗୋଡରେ ଠିଆ ହୋଇପାରନ୍ତେ ତଥା କିଛି କର୍ମସଂସ୍ଥାନ କରି ପରିବାର ଲୋକଙ୍କ ପ୍ରତିପୋଷଣ କରିପାରନ୍ତେ ।

ନିଜ ସ୍ୱାମୀଙ୍କ ଚିକିତ୍ସା ଲାଗି ସ୍ତ୍ରୀ ଶୁଭସ୍ମିତା ସାହୁ ଓଡିଶା ସରକାର, ଜିଲ୍ଲା ପ୍ରଶାସନ ସହ ଓଡିଶାର ଜନସାଧାରଣଙ୍କ ପାଖରେ ନିବେଦନ କରିଛନ୍ତି । ଯଦି କେହି ସହୃଦୟ ବ୍ୟକ୍ତି ସ୍ୱ ଇଚ୍ଛାରେ ତାଙ୍କୁ ସାହାଯ୍ୟରେ ହାତ ବଢାନ୍ତେ ତେବେ ସେ ସୁସ୍ଥ ହୋଇ ପାରନ୍ତେ ବୋଲି ଆଶା ।