
୦୬/୦୭/୨୧ (ଜିଲ୍ଲା ଖବର) : କହିବା ବାହୁଲ୍ୟ ଯେ ଗୁପଚୁପ ଭାରତର ସବୁଠାରୁ ପ୍ରିୟ ଷ୍ଟ୍ରିଟ୍ ଡିସ୍ ମଧ୍ୟରୁ ଗୋଟିଏ ଏବଂ ଏହାକୁ ପ୍ରତିରୋଧ କରିବା କଷ୍ଟକର । ସମସ୍ତଙ୍କର ପ୍ରିୟ ହୋଇଥାଏ ଗୁପ୍ ଚୁପ୍। ଘରୁ ବାହାରକୁ ବାହାରିବା ମାନେ ବାହାରେ ଟିକିଏ ଗୁପ୍ ଚୁପ୍ ଖାଇକି ନଆସିଲେ ଭଲ ଭାଗେନି।
ପ୍ରାୟତଃ ଆମେ ଦେଖୁ, ଲୋକମାନେ ଗୁପ୍ ଚୁପ୍ ଖାଇବା ପାଇଁ ଧାଡିରେ ଛିଡା ହୋଇଥାନ୍ତି । ବର୍ତ୍ତମାନ, ଜଣେ କନ୍ୟା ଗୁପ୍ ଚୁପ୍ ମୁକୁଟ ପିନ୍ଧି ଚମତ୍କାର ଷ୍ଟ୍ରିଟ୍ ଡିସ୍ ପ୍ରତି ଅତ୍ୟଧିକ ଭଲପାଇବା ପ୍ରକାଶ କରିଛନ୍ତି । ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦକ୍ଷିଣ ଭାରତୀୟ କନ୍ୟା ଅଳଙ୍କାର ଏବଂ ବିବାହ ପୋଷାକ ପିନ୍ଧି ତାଙ୍କ ବିବାହ ଦିନ ଗୁପ୍ ଚୁପ୍ ଦ୍ୱାରା ଘେରି ରହିଥିବାର ନଜର ଆସିଛନ୍ତି। ଏପରିକି ତାଙ୍କ ଥାଳି ଗୁପ୍ ଚୁପ୍ ରେ ପରିପୂର୍ଣ୍ଣ ଥିଲା । ମୁଣ୍ଡରେ ଗୁପ୍ ଚୁପ୍ ର ମୁକୁଟ, ହାତରେ ଗୁପ୍ ଗୁପ୍ର ଚୁଡି, ବେକରେ ଗୁପ୍ ଚୁପ୍ ର ମାଳ ପିନ୍ଧିଥିବା ନଜର ଆସିଛନ୍ତି। ତେବେ ନିଜ ବିବାହ ସମୟରେ ଅନେକ କିଛି ନୂଆ ନୂଆ ଅନ୍ଦାଜର ପୋଷାକ ଏବଂ ଅଳଙ୍କାର ପିନ୍ଧିଥିବା ଆମେ ଦେଖିଛେ, କିନ୍ତୁ ଏଭଳି ଭାବରେ ଗୁପ୍ ଚୁପ୍ କୁ ଅଳଙ୍କାର ଭାବରେ ପିନ୍ଧିବା ଆମେ ପ୍ରଥମ ଥର ଦେଖୁଛେ।
ଏହି ଭିଡିଓଟି ଏବେ ଭାଇରାଲ ହୋଇଛି ଏବଂ ଲୋକମାନେ ଏହି ଆକର୍ଷଣୀୟ ଭିଡିଓକୁ ଖୁବ ଭଲ ପାଉଥିବା ଦେଖିବାକୁ ମିଳିଛି। ଜଣେ ଉପଭୋକ୍ତା ପ୍ରଶ୍ନ କରିଛନ୍ତି ଯେ ଝିଅମାନେ ଗୁପ୍ ଚୁପ୍ କାହିଁକି ଏତେ ପସନ୍ଦ କରନ୍ତି, ଆଉ ଜଣେ ମନ୍ତବ୍ୟ ଦେଇଛନ୍ତି ଯେ ଗୁପ୍ ଚୁପ୍ ଷ୍ଟାଇଲ୍ ବିବାହର ଏହି ଧାରା ଆଜିକାଲି ବହୁ ଚର୍ଚ୍ଚିତ। ଅନ୍ୟମାନେ ହାର୍ଟ ଇମୋଜି ପଠାଇ କନ୍ୟାକୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ।


