Home ଆଞ୍ଚଳିକ ଗଜପତି ଏସପି ସାରା ଶର୍ମା ନିଆରା ଢଙ୍ଗରେ ଦୀପାବଳି ପାଳିଲେ

ଗଜପତି ଏସପି ସାରା ଶର୍ମା ନିଆରା ଢଙ୍ଗରେ ଦୀପାବଳି ପାଳିଲେ

15

ପାରଳାଖେମୁଣ୍ଡି, (ଜ଼ିଲ୍ଲା ଖବର) : ଆଲୋକର ପର୍ବ ଦୀପାବଳୀକୁ କିଏ କେଉଁ ଢଙ୍ଗରେ ପାଳନ କରନ୍ତି। ହେଲେ ଗଜପତି ଏସପି ସାରା ଶର୍ମା ଏଥିରେ ସାମନ୍ୟ ବ୍ୟତିକ୍ରମ କରି ନିଆରା ଢଙ୍ଗରେ ପାଳନ କରିଥିଲେ ଦୀପାବଳି। ନିକଟରେ ଲଗାଣ ବର୍ଷାରେ ପାହାଡ଼ ଧସିଯିବା ଫଳରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ବଡ-କଳାକୋଟ ପଞ୍ଚାୟତର କଲୁଙ୍ଗା ଗ୍ରାମର ୨୧ ଟି ଆଦିବାସୀ ପରିବାର ଘର ସମ୍ପୂର୍ଣ୍ଣ ଭାବରେ ମାଟିରେ ମିଶିଯାଇଥିଲା। ଆଉ କିଛି ଲୋକ ଘର ସାମାନ୍ଯ କ୍ଷେତି ଗ୍ରସ୍ତ ହୋଇ ଥିବାବେଳେ ଶତାଧିକ ଛେଳି, ଗୋରୁ ଗାଈ ମୃତ୍ୟୁବରଣ କରିଥିଲେ। ଫଳରେ ସର୍ବସ୍ୱ ହରାଇ ଭାଙ୍ଗି ପଡିଥିବା କଲୁଙ୍ଗା ଗ୍ରାମବାସୀ ଘଟଣା ପରେ ରାଜ୍ୟ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଗଜପତି ଜିଲ୍ଲାପାଳ ଅନୁପମ ଶାହା, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା କ୍ଷେତି ଗ୍ରସ୍ତ ଗ୍ରାମକୁ ଗ୍ରସ୍ତକରି ପ୍ରଭାବିତଙ୍କ ସହ ଆଲୋଚନା କରି କିଛି ସହାୟତା ଯୋଗାଇ ଆସିଥିଲେ। ତେବେ ପବିତ୍ର ଦୀପାବଳି ଅବସରରେ ଏହି ପ୍ରଭାବିତ ପରିବାରର ସଦସ୍ୟଙ୍କ ମୁହିଁରେ ହସ ଫୁଟାଇବାକୁ ଯାଇ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା ପୁଣି ସେଠାକୁ ଯାଇ ଗ୍ରାମବାସୀଙ୍କ ସହ ନାଚିବା ସହ ସେମାନଙ୍କ ସୁଖ ଦୁଃଖରେ ସାମିଲ ହୋଇଥିଲେ। ପରେ ଉକ୍ତ ଆଦିବାସୀ ପିଲାମାନଙ୍କ ସହ ବାଣ ଫୁଟାଇ ମିଷ୍ଟାନ୍ନ ଖୁଆଇ ଦୀପାବଳିକୁ ପାଳନ କରିଥିଲେ। ଏହାକୁ ନେଇ ନିଜ ଏସପି ସାରା ଶର୍ମା ଖୁସି ଅନୁଭବ କରିଥିବା ବେଳେ ଗ୍ରାମବାସୀ ମଧ୍ୟରେ ବେସ ଆନନ୍ଦ ପରିଲକ୍ଷିତ ହୋଇଥିଲା।