Monday, November 16, 2026
Home ଆଞ୍ଚଳିକ ଜାତୀୟ ରାଜପଥରେ ନାଇଟ୍ ୱାକ୍ କରୁଛନ୍ତି ସିଂହ

ଜାତୀୟ ରାଜପଥରେ ନାଇଟ୍ ୱାକ୍ କରୁଛନ୍ତି ସିଂହ

19

୦୬/୦୭/୨୧ (ଜିଲ୍ଲା ଖବର) :  ଗୋଟିଏ ନୁହେଁ କି ଦୁଇଟି ନୁହେଁ ରାଜ ରାସ୍ତାରେ ଲୋକଙ୍କ ପରି ୱାକ୍ କରୁଛନ୍ତି 5 ଟି ସିଂହ । ଗୁଜୁରାଟର ରାଜୁଲା-ଆମ୍ରେଲି-ପିପାଭାଭ ରାଜପଥରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।

କରୋନା କାରଣରୁ ରାତିରେ ଜାତୀୟ ରାଜପଥରେ କମ ଲୋକ ଯିବା ଆସିବା କରୁଛନ୍ତି । ଆଉ ଏହାର ସୁଯୋଗ ନେଇ ସିଂହମାନେ ରାତିରେ ବୁଲି ବାହାରିଥିବା କୁହାଯାଉଛି ।  ଏହି ପ୍ରଜାତିର ସିଂହ ଖୁବ କମ ଦେଖିବାକୁ ମିଳିଥାଏ । ତେବେ ହଠାତ୍ ଏତେ ସିଂହକୁ ଦେଖି ରାଜରାସ୍ତାରେ ଯାଉଥିବା ଲୋକେ ଭୟବୀତ ଥିବା ଜଣାପଡିଛି ।

କରୋନା କାଳରେ ସାଧାରଣତତଃ ଦେଶର କେଉଁଠି ନା କେଉଁଠି ଏପରି ଘଟଣା ସାମନକାୁ ଆସୁଛି । ଜଙ୍ଗଲ ଛାଡି ଜନବସତି ଆଡକୁ ମୁହାଁଉଛନ୍ତି ଜଙ୍ଗଲୀ ଜନ୍ତୁ ।