Home ଆଞ୍ଚଳିକ ବିବାହ ବାର୍ଷିକୀରେ ପତ୍ନୀଙ୍କୁ ମୂଲ୍ୟବାନ ଉପହାର ଦେଲେ ଧୋନି

ବିବାହ ବାର୍ଷିକୀରେ ପତ୍ନୀଙ୍କୁ ମୂଲ୍ୟବାନ ଉପହାର ଦେଲେ ଧୋନି

15

ମୁମ୍ବାଇ,୦୬/୦୭/୨୧ (ଜିଲ୍ଲା ଖବର) : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ତାଙ୍କର 11 ତମ ବିବାହ ବାର୍ଷିକୀକୁ ପାଳନ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମଏସ ଧୋନି 11 ବର୍ଷ ପୂର୍ବେ 4 ଜୁଲାଇ 2010 ରେ ସାକ୍ଷୀଙ୍କ ସହ ଦେହରାଡୁନରେ ବିବାହ କରିଥିଲେ। ବାର୍ଷିକୀ ଅବସରରେ ଧୋନି ତାଙ୍କ ପତ୍ନୀ ସାକ୍ଷୀଙ୍କୁ ଏକ ଖାସ୍‌ ଗିଫ୍ଟ ଦେଇଛନ୍ତି। ଏନେଇ ତାଙ୍କ ପତ୍ନୀ ନିଜେ ସୂଚନା ଦେଇଛନ୍ତି। ଧୋନି ବିବାହ ବାର୍ଷିକୀ ଅବସରରେ ସାକ୍ଷୀଙ୍କୁ ଏକ ସ୍ପେଶାଲ ଓ୍ଵିଣ୍ଟେଜ କାର ଉପହାର ଦେଇଛନ୍ତି। ଏହି କାରର ଫଟୋକୁ ସାକ୍ଷୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଧୋନି ପ୍ରାୟତ ଦ୍ରୁତ ବାଇକ୍ ଏବଂ ଭିଣ୍ଟେଜ୍ କାର୍ ପସନ୍ଦ କରନ୍ତି । ସାକ୍ଷୀ ସୋସିଆଲ ମିଡିଆରେ ତାଙ୍କ ରାଞ୍ଚି ଫାର୍ମହାଉସ ସହିତ ସ୍ୱାମୀଙ୍କ କାର ସଂଗ୍ରହକୁ ଅନେକ ଥର ପ୍ରଦର୍ଶନ କରିଛନ୍ତି । ଏମଏସ ଧୋନିଙ୍କୁ ବିବାହ ବାର୍ଷିକୀରେ ଏକ ଭିଣ୍ଟେଜ କାର ଉପହାର ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ସାକ୍ଷୀ। ଫଟୋ କ୍ୟାପସନରେ ସାକ୍ଷୀ ଲେଖିଛନ୍ତି, ବିବାହ ବାର୍ଷିକୀ ଉପହାର ପାଇଁ ଧନ୍ୟବାଦ।