Wednesday, August 5, 2026
Home ଅପରାଧ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ନିର୍ମମ ହତ୍ୟା ।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ନିର୍ମମ ହତ୍ୟା ।

77

ଧରାକୋଟ , ୧୭/୮(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ବଡଗଡ ଥାନା ଅନ୍ତର୍ଗତ ଶୁଣ୍ଢିପଲ୍ଲୀ ଗ୍ରାମର ମହେଶ୍ବର ବିଷୋୟୀଙ୍କ ପୁଅ କୃଷ୍ଣ ଚନ୍ଦ୍ର ବିଷୋୟୀ (୨୫)ଙ୍କୁ ନିଜ ସମ୍ପର୍କୀୟଙ୍କ ପିଣ୍ଡାରେ ବସି ମୋବାଇଲ ଦେଖୁଥିବା ବେଳେ ତିନି ଜଣ ବ୍ୟକ୍ତି ଧାରୁଆ ଖଣ୍ଡା ଓ ଭୁଜାଲି ଦ୍ବାରା ଆକ୍ରମଣ କରିଥିଲେ । ଯାହା ଫଳରେ କୃଷ୍ଣଙ୍କ ମୁଣ୍ଡ ଏବଂ ଦେହରେ ଚୋଟ ବାଜିଥିଲା । ଘଟଣାସ୍ଥଳରୁ ଆସାମୀ ଫେରାର ହୋଇଯାଇଥିଲେ । ଏହାପରେ କୃଷ୍ଣଙ୍କ ପରିବାର ଲୋକେ ଆସିକା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ। କିନ୍ତୁ ଡ଼ାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଖବର ପାଇ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ ବଡଗଡ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଥିଲେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ମାନେ ଫେରାର ଅଛନ୍ତି । ପୋଲିସ ତଦନ୍ତ ଜାରି ରଖିଛି ।ସୂଚନା ଅନୁଯାୟୀ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କାଣ୍ଡ ଘଟିଛି । ଅନୁସନ୍ଧାନ ବେଳେ ପୂର୍ବରୁ କୃଷ୍ଣ ନାମରେ ବଡଗଡ ଥାନାରେ ଏକାଧିକ ମାମଲା ରୁଜୁ ଥିବା ଜଣାପଡିଛି ।