
ନୂଆଦିଲ୍ଲୀ, ୦୬/୦୭/୨୧ (ଜିଲ୍ଲା ଖବର) : ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ବିସ୍ତାର ନେଇ ଚର୍ଚ୍ଚା । ଆଜି ପିଏମ ଆବାସରେ ଉଚ୍ଚସ୍ତରୀୟ ବୈଠକ । ଏହି ମିଟିଂରେ ବିଜେପିର ବଡ଼ ନେତାଙ୍କ ସହ ମନ୍ତ୍ରୀ ମଧ୍ୟ ସାମିଲ ହୋଇପାରନ୍ତି । ଚର୍ଚ୍ଚା ହେଉଛି, ଜୁଲାଇ ୭ରୁ ୯ ମଧ୍ୟରେ କିଛି ପରିବର୍ତ୍ତନ ଦେଖାଯାଇପାରେ ।
କ୍ୟାବିନେଟରେ ସାମିଲ ହୋଇପାରନ୍ତି ୨୨ ନେତା । ବର୍ତ୍ତମାନ ମନ୍ତ୍ରୀମଣ୍ଡଳରେ ୫୩ ମନ୍ତ୍ରୀ ସାମିଲ ଅଛନ୍ତି । ଏବଂ ବିସ୍ତାର ପରେ ଏହି ସଂଖ୍ୟା ୮୧ରେ ପହଞ୍ଚିପାରେ । କିଛି ବଡ଼ ନାଁକୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବା ସହ କିଛି ନୂଆ ଚେହେରାକୁ ସୁଯୋଗ ମିଳିବା ନେଇ ଚର୍ଚ୍ଚା ହେଉଛି । କିଛି ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ ମଧ୍ୟ କରାଯାଇପାରେ ।


