Thursday, November 12, 2026
Home ଆଞ୍ଚଳିକ CBSE ଦଶମ-ଦ୍ୱାଦଶ ଶ୍ରେଣୀ ପାଠପଢା ନେଇ ଖସଡା ଘୋଷଣା

CBSE ଦଶମ-ଦ୍ୱାଦଶ ଶ୍ରେଣୀ ପାଠପଢା ନେଇ ଖସଡା ଘୋଷଣା

8

୦୬/୦୭/୨୧ (ଜିଲ୍ଲା ଖବର) :  ସିବିଏସଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଠ ପଢା ନେଇ ଖସଡା ଘୋଷଣା ।  ଚଳିତ ଥର ଛାତ୍ରଛାତ୍ରୀମାନେ ଦୁଇଟି ଟର୍ମରେ ପରୀକ୍ଷା ଦେବାକୁ ଥିବାବେଳେ ପାଠ୍ୟକ୍ରମକୁ ମଧ୍ୟ ଦୁଇଟି ଭାଗରେ ବିଭକ୍ତ କରାଯାଇଛି ।

ପ୍ରତି ଟର୍ମରେ 50 ପ୍ରତିଶତ ସିଲାବସ ରହିଥିବା ବେଳେ ଟର୍ମ ଶେଷରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବେ । ନଭେମ୍ବର ଓ ଡିସେମ୍ବର ମଧ୍ୟଭାଗରେ ପ୍ରଥମ ଟର୍ମ ପରୀକ୍ଷଣ ହେବାକୁ ଥିବାବେଳେ ଦ୍ୱିତୀୟ ଟର୍ମ ପରୀକ୍ଷା ୨୦୨୨ ମାର୍ଚ୍ଚ ଓ ଏପ୍ରିଲ ମଧ୍ୟ ଭାଗକୁ ହେବ ବୋଲି ସିବିଏସଇ  ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ବୋର୍ଡ ପକ୍ଷରୁ ମାର୍ଚ୍ଚ 31 ରେ ପ୍ରକାଶିତ ହୋଇଥିବା ସିଲାବସକୁ ଅନୁସରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଥମ ଟର୍ମ ପରୀକ୍ଷା  90 ମିନିଟର ହେବାକୁ ଥିବାବେଳେ ଏଥିରେ ମଲ୍ଟିପୁଲ ଚଏସର ପ୍ରଶ୍ନ ଆସିବ । ଦ୍ୱିତୀୟ ଟର୍ମକୁ କୋରୋନା କହର କମିନଥିଲେ ସମାନ ଢାଞ୍ଚାରେ ଦ୍ୱିତୀୟ ଟର୍ମ ହେବା ନେଇ ମଧ୍ୟ ବୋର୍ଡ ସୂଚନା ଦେଇଛି ।