Sunday, November 15, 2026
Home ଆଞ୍ଚଳିକ ୧୧୧ ଦିନ ଭିତରେ ଆଜି ସବୁଠାରୁ କମ୍ ସଂକ୍ରମିତ ଚିହ୍ନଟ

୧୧୧ ଦିନ ଭିତରେ ଆଜି ସବୁଠାରୁ କମ୍ ସଂକ୍ରମିତ ଚିହ୍ନଟ

9

ନୂଆଦିଲ୍ଲୀ, ୦୬/୦୭/୨୧ (ଜିଲ୍ଲା ଖବର) : ୧୧୧ ଦିନ ଭିତରେ ଆଜି ସବୁଠାରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୩୪,୭୦୩ ପଜିଟିଭ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ତଥ୍ୟ ଅନୁସାରେ, ଦେଶରେ ବର୍ତ୍ତମାନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ୬୪ ହଜାର ୩୫୭ ଥିବାବେଳେ ଆରୋଗ୍ୟ ହାର ୯୭ ଦଶମିକ ୧୭ ପ୍ରତିଶତ ରହିଛି ।

ଅନ୍ୟପକ୍ଷରେ ଗୋଟିଏ ଦିନରେ ୫୫୩ ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଫଳରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୩ ହଜାର ୨୮୧ରେ ପହଞ୍ଚିଛି ।