Home ଆଞ୍ଚଳିକ RSP ଗ୍ୟାସ ଲିକ ଘଟଣା, ଆଜି ତଦନ୍ତ ପାଇଁ ଯିବେ 5 ଜଣିଆ ଟିମ୍

RSP ଗ୍ୟାସ ଲିକ ଘଟଣା, ଆଜି ତଦନ୍ତ ପାଇଁ ଯିବେ 5 ଜଣିଆ ଟିମ୍

7

ରାଉରକେଲା,୦୬/୦୭/୨୧ (ଜିଲ୍ଲା ଖବର) :   ଆରଏସପି ଗ୍ୟାସ ଲିକ ଦୁର୍ଘଟଣାରେ 4 ଜଣ ଠିକା କର୍ମଚାରୀଙ୍କ ମୃତ୍ୟୁଘଟଣାର ଆରମ୍ଭ ହେଲା ତଦନ୍ତ । ଏନଜିଟିର ନିର୍ଦେଶ କ୍ରମେ ଆଜି ତଦନ୍ତ ପାଇଁ ପହଞ୍ଚିବେ 5 ଜଣିଆ ଟିମ । ଦୁଇ ଦିନ ଧରି ଟିମ ତଦନ୍ତ କରିବା ନେଇ ଜଣାପଡିଛି ।

ଦୁର୍ଘଟଣାସ୍ଥଳ ସହ ବିଭିନ୍ନ  ଜାଗା ବୁଲି ସୁରକ୍ଷା ଏବଂ ଦୁର୍ଘଟଣାର ପୃଷ୍ଠଭୂମି ପରଖିବେ ଟିମ ।  ଟିମରେ ଅଛନ୍ତି କେନ୍ଦ୍ର ପ୍ରଦ୍ୟୁଷଣ ବିଭାଗର ଅଧିକାରୀ ରିଜିଓନାଲ ଡ଼ାଇରେକ୍ଟର, ମିନିଷ୍ଟ୍ରି ଅଫ ଫରେଷ୍ଟ ଆଣ୍ଡ ଏନଭରମେଣ୍ଟର ଅଧିକାରୀଙ୍କ ସହ ଦୁଇଜଣ ଇଣ୍ଡଷ୍ଟ୍ରି ଏକ୍ସପର୍ଟ । ତାଙ୍କ ସହ ରହିବେ ରାଉରକେଲା ପ୍ରଦ୍ୟୁଷଣ ବିଭାଗର ଅଧିକାରୀ  ।

ଏଠାରେ ସୂଚନା ଥାଉ ଯେ,  5 ମାସ ତଳେ ସିସିଡିରେ ଗ୍ୟାସ ଲିକ ହୋଇ କାମ କରୁଥିବାବେଳେ 4 ଜଣ ଠିକା ଶ୍ରମିକ ପ୍ରାଣ ହରାଇଥିଲେ ।