
ଭୁବନେଶ୍ଵର, ୦୬/୦୭/୨୧ (ଜିଲ୍ଲା ଖବର) : ରାଜଧାନୀରେ ଚର୍ଚ୍ଚା ପାଲଟିଥିବା ପ୍ରିୟଦର୍ଶିନୀ ହତ୍ୟା ମାମଲାର ଗୁମର ଖୋଲିଛି ପୋଲିସ। ଡିସିପି ଉମାଶଙ୍କର କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ମୃତ ପ୍ରିୟଦର୍ଶିନୀଙ୍କୁ ଯୁବକ ଜଣଙ୍କ ବିଭତ୍ସ ଭାବେ ହତ୍ୟା କରିବା ପରେ ନିଜେ ହାତ କାଟିବା ସହ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି । ତେବେ ମିଳିଥିବା ସୂଚନା ଅନୁସାରେ ଶିଶୁଟି ଉପର ଘରେ ରହିଥିବାରୁ ତାର କୌଣସି ଅସୁବିଧା ହୋଇନାହିଁ । ମିଳିଥିବା ସୂଚନା ଅନୁସାରେ ହତ୍ୟା କରିବା ସମଯରେ ହତ୍ୟାକାରୀ ପୁରା ଘଟଣାର ଭିଡିଓ କଲ କରି ତାଙ୍କ ସ୍ବାମୀଙ୍କୁ ଦେଖାଇବାକୁ ଚାହୁଁଥିଲା ।
କିନ୍ତୁ ରାକେଶ ଭିଡିଓ କଲ ଉଠାଇନଥିଲେ । ଏହାପରେ ହତ୍ୟାକାରୀ ମର୍ଡର ସମୟର ଫଟୋ ତାର ସ୍ବାମୀଙ୍କ ନିକଟକୁ ପଠାଇଥିଲା । ଏହି ଘର ମାଲିକଙ୍କ ପାଖରେ ମହିଳାଙ୍କ କୁନିପୁଅ ଥିବାରୁ ସେ ବଞ୍ଚିଯାଇଥିଲା । ଏହାରି ଭିତରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନକୁ ଗିରଫ କରିଛି କମିଶନରେଟ ପୋଲିସ । ତାର ବୟାନରେ ଜଗନ୍ନାଥ କହିଛି, ମରିବି, ମାରିବି । ହତ୍ୟାକାଣ୍ଡର ଶିକାର ମହିଳା ଓ ଜଗନ୍ନାଥଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ଥିଲା । ଉଭୟଙ୍କ ମଧ୍ୟରେ ତିକ୍ତତା କାରଣରୁ ମହିଳାଙ୍କୁ ହତ୍ୟା କରି ନିଜକୁ ମାରିବା ପାଇଁ ନିଷ୍ପତି ନେଇଥିଲା ଜଗନ୍ନାଥ ।
ଘଟଣାସ୍ଥଳରୁ ବିଷ ବୋତଲ ଓ ଅଭିଯୁକ୍ତ ଜଗନ୍ନାଥର ସୁଇସାଇଟ ନୋଟ ଜବତ ହୋଇଛି। ସେଥିରେ ଲେଖା ଅଛି, ମୁଁ ଆଜି ପ୍ରିୟଙ୍କା ପ୍ରିୟଦର୍ଶିନୀକୁ ମାରି ଦେବି ତା ପୁଅକୁ ମାରିଦେବି ତାପରେ ନିଜେ ମରିଯିବି।
ସମୟ ଦିନ 10ଟା । ମୃତ ମହିଳାଙ୍କ ପତ୍ନୀ ରାକେଶ ଯାଇଥିଲେ ଅଫିସ । ପାଖାପାଖି ଦୁଇ ଘଣ୍ଟା ପରେ ଘରେ ପହଞ୍ଚିଥିଲେ ରାକେଶ । ରାକେଶଙ୍କ ଅଭିଯୋଗ ପରେ ପୋଲିସ କବାଟ ଭାଙ୍ଗିଥିଲା । ଘର ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲା ମହିଳାଙ୍କ ମୃତ ଦେହ । ପାଖରେ ଜଣେ ଯୁବକ ଗୁରୁତର ଅବାସ୍ଥାରେ ପଡିଥିଲେ ।



