Sunday, November 15, 2026
Home ଆଞ୍ଚଳିକ ଟୁଇଟର ବିରୋଧରେ ମାମଲା ରୁଜୁ ପାଇଁ ଜାମ୍ମୁ ଓ କାଶ୍ମୀର ପୋଲିସକୁ ଅପିଲ କଲେ NCPCR

ଟୁଇଟର ବିରୋଧରେ ମାମଲା ରୁଜୁ ପାଇଁ ଜାମ୍ମୁ ଓ କାଶ୍ମୀର ପୋଲିସକୁ ଅପିଲ କଲେ NCPCR

22

୦୬/୦୭/୨୧ (ଜିଲ୍ଲା ଖବର) : ଟୁଇଟର ପାଇଁ ବଢିଲା ଅଡୁଆ। ଜ୍ୟାକ ଡୋରସୀଙ୍କ ଟୁଇଟର ବିରୋଧରେ ପୁଣି ମାମଲା ରୁଜୁ ପାଇଁ ଅପିଲ । ଜାମ୍ମୁ ଓ କାଶ୍ମୀର ପୋଲିସକୁ ଏନେଇ ଅପିଲ କଲେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । କାଶ୍ମୀରେ ଏକ ଛୋଟ ଶିଶୁ ବନ୍ଧୁକ ଚଳାଉଥିବାର ଭିଡିଓକୁ ଭାଇରାଲ ହେବାରୁ ନ ରୋକିବାରୁ NCPCR କ୍ଷୁବ୍ଧ । ଏନେଇ  ଟୁଇଟର ଇଣ୍ଡିଆ ଏମଡି ମନୀଷ ମହେଶ୍ବରୀ ଓ ପଲିସି ମ୍ୟାନେଜର ଶାଗୁଫ୍ତା କାମରାଁଙ୍କ ବିରୋଧରେ ଏଫଆଇଆର ଦାଖଲ କରିବାକୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅନୁରୋଧ କରିଛି।

ସେପଟେ ଭାରତ ସରକାର ନୂଆ ଆଇଟି ନିୟମକୁ ମାନିବାକୁ ନାରାଜ ଟୁଇଟର। ଯାହାକୁ ନେଇ କେନ୍ଦ୍ର ଓ ଟୁଇଟର ମୁହାଁମୁହିଁ ହୋଇଛନ୍ତି । ଦେଶରେ ସଂମ୍ପ୍ରଦାୟିକ ବିଭେଦ ସୃଷ୍ଟି କରିବା ଭଳି ସଙ୍ଗୀନ ଅଭିଯୋଗ ଟୁଇଟର ବିରୋଧରେ ଲାଗିଛି ।