Home ଅପରାଧ ବିଧବା ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ବିଧବା ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

15

ବାରିପଦା,୦୬/୦୭/୨୧ (ଜିଲ୍ଲା ଖବର) : ବିଧବା ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ମୋରଡା ଥାନା ପୋଲିସ ଦୁଇଜଣଙ୍କୁ ଗିରଫ କରିଛି l ଅଭିଯୋଗ ମୁତାବକ, ଦୁଷ୍କର୍ମର ଶିକାର ହୋଇଥିବା ବିଧବା ମହିଳା ଜଣକ ଦୁଇବର୍ଷ ପୂର୍ବରୁ ବୈଶିଙ୍ଗା ଥାନା ହେମପୁର ଗ୍ରାମର ଡାକ୍ତର ମହାନ୍ତ ପିତା ଅଭିରାମ ମହାନ୍ତଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ l

 ତେବେ ଗତ ତିନି ତାରିଖ ଦିନ ଡାକ୍ତର, ଉକ୍ତ ମହିଳାଙ୍କୁ ରାଇବଣିଆ ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଗ୍ରାମକୁ ଡାକିଥିଲେ l ମହିଳା ଜଣକ ସେଠାରେ ପହଞ୍ଚିଥିଲେ ଏବଂ ଡାକ୍ତର ତାଙ୍କୁ ବାରିପଦା ଆଣିଥିଲେ ଏବଂ ବିଧବା ମହିଳାଙ୍କୁ ଡାକ୍ତର ଏବଂ ତାଙ୍କର ସହଯୋଗୀ ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଗଡ଼ିଆ ଗ୍ରାମର ଦିବାକର ମହାନ୍ତ ମୋରଡା ଥାନା ଅନ୍ତର୍ଗତ ଉଲିଡ଼ିହି ଗାଁର ନିକଟ ପଡିଆକୁ ଆଣି ହାତ ବାନ୍ଧି ଗଣଦୁଷ୍କର୍ମ କରିଥିଲେ l ତେବେ ମହିଳା ଜଣକ ସେଠାରେ କୌଣସି ଉପାୟରେ ସେଠାରୁ ଖସି ଆସିଥିଲେ l ଏନେଇ ମୋରଡା ଥାନାରେ 144/21ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ମୋରଡା ପୋଲିସ ଦୁଇ ଜଣକୁ ଗିରଫ କରିଛି l