
ବଲାଙ୍ଗିର, ୦୬/୦୭/୨୧ (ଜିଲ୍ଲା ଖବର) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ପରୁଆଭାଡି ଗାଁରେ ଏକ ଅଘଟଣ ଘଟିଛି। ଗୁଣିଗାରିଡି ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ l କଙ୍ଗାରୁ କୋର୍ଟର ନିଷ୍ପତ୍ତିରେ ନିର୍ଯାତନା ଦିଆଯାଇଥିବାର ଅଭିଯୋଗ ଆସିଛି।
ସେଠକାର ଲୋକେ ହରିବନ୍ଧୁ ବର୍ଗତ୍ତିଙ୍କୁ ଗୁଣିଗାରିଡି ସନ୍ଦେହରେ ଘରୁ, ଗାଁ ମଝି ଦାଣ୍ଡକୁ ଟାଣି ଆଣି ଥିଲେ। ଗାଁ ମଝିଦାଣ୍ତରେ ନିସ୍ତୁକ ମାଡ ସହ, ନିଜ ପରିଶ୍ରା, ବିଷ୍ଟା ପିଆଇ ଜୋତାରେ ମାଡ ମାରିବା ଏହିଭଳି ଅଭିଯୋଗ ହରିବନ୍ଧୁ ଆଣିଛନ୍ତି । ଏମିତି ବି ଆଜି ଭଳି ଯୁଗରେ ବିଜ୍ଞାନ ଏତେ ଆଗକୁ ଗଲେ ମଧ୍ୟ ଲୋକଙ୍କ ଭିତରେ ରହିଛି ଅନ୍ଧବିଶ୍ବାସ l ଘଟଣାର ଖବର ପାଇ ସିନ୍ଧେକେଲା ପୁଲିସ ୨ ଜଣଙ୍କୁ ସିନ୍ଧେକେଲା ଥାନାରେ ଅଟକ ରଖିଛି l ହରିବନ୍ଧୁ ବର୍ତ୍ତମାନ ବଲାଙ୍ଗିର ଭୀମଭୋଇ ମେଡିକାରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି l ଘଟଣାକୁ ତିବ୍ର ନିନ୍ଦା ମଧ୍ୟ କରୁଛନ୍ତି।



