
ଭୁବନେଶ୍ୱର,୦୬/୦୭/୨୧ (ଜିଲ୍ଲା ଖବର) : ରାଜ୍ୟରେ ବି ବର୍ଗରେ ଥିବା ଜିଲ୍ଲାରେ ସଂକ୍ରମଣରେ କାହିଁକି ଲାଗୁନି ବ୍ରେକ । କାହିଁକି କମୁନି ସଂକ୍ରମଣ ? ୧୦ ଜିଲ୍ଲାରେ କାହିଁକି ଆସିପାରୁନି ନିୟନ୍ତ୍ରଣ ? ଏହାର କାରଣ ଓ ନିରାକରଣ ଖୋଜିବା ପାଇଁ ଓଡିଶା ଗସ୍ତରେ ଅଛନ୍ତି ଦୁଇ ଜଣିଆ କେନ୍ଦ୍ରୀୟ ଟିମ୍। ଦୁଇ ସଦସ୍ୟ ବିଶିଷ୍ଟ ଏହି ଉଚ୍ଚସ୍ତରୀୟ ଟିମ୍ରେ ଅଛନ୍ତି All India Institute of Hygiene & Public Health କଲିକତାର ପ୍ରଫେସର ଡାକ୍ତର ଶିବାନି ଦର୍ତ୍ତା ଏବଂ ଭୁବନେଶ୍ୱର ଏମ୍ସର ଡାକ୍ତର ପ୍ରଫେର ରାଘବ ପ୍ରସାଦ ମହାପାତ୍ର ।
ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ବୈଠକ ପରେ କାରଣ ଖୋଜିବା ପାଇଁ ଏହି ଟିମ ସୋମବାର ଅପରାହ୍ନରେ ରାଜଧାନୀର ସରକାରୀ ଓ ଘରୋଇ କୋଭିଡ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ଆଜି ଏହି ଟିମ ପୁରୀ ଓ ଜଗତସିଂହପୁର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ ୭ ଦିନ ରହିବା ସହ ବିଭିନ୍ନ ଜିଲ୍ଲା ବୁଲିବା ଏହି ଟିମ ରାଜ୍ୟ ସରକାରଙ୍କ ସହ ପ୍ରତ୍ୟେକ ଦିନ ଆଲୋଚନା କରିବେ।


