Saturday, November 14, 2026
Home ଆଞ୍ଚଳିକ କରୋନା କାଳରେ ସିବିଏସଇ ପରୀକ୍ଷା ପାଇଁ ନୂଆ ଫର୍ମୁଲା

କରୋନା କାଳରେ ସିବିଏସଇ ପରୀକ୍ଷା ପାଇଁ ନୂଆ ଫର୍ମୁଲା

9

ଭୁବନେଶ୍ୱର,୦୬/୦୭/୨୧ (ଜିଲ୍ଲା ଖବର) : ସିବିଏସଇ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପାଠ ପଢା ନେଇ ଖସଡା ଘୋଷଣା। ଚଳିତ ଥର ଛାତ୍ରଛାତ୍ରୀ ମାନେ ଦୁଇଟି ଟର୍ମରେ ପରୀକ୍ଷା ଦେବାକୁ ଥିବା ବେଳେ ପାଠ୍ୟକ୍ରମକୁ ମଧ୍ୟ ଦୁଇଟି ଭାଗରେ ବିଭକ୍ତ କରାଯାଇଛି। ପ୍ରତି ଟର୍ମରେ ୫୦ପ୍ରତିଶତ ସିଲାବସ ରହିଥିବା ବେଳେ ଟର୍ମ ଶେଷରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବେ। ନଭେମ୍ବର ଓ ଡିସେମ୍ବର ମଧ୍ୟଭାଗରେ ପ୍ରଥମ ଟର୍ମ ପରୀକ୍ଷଶ ହେବାକୁ ଥିବା ବେଳେ ଦ୍ୱିତୀୟ ଟର୍ମ ପରୀକ୍ଷା ୨୦୨୨ ମାର୍ଚ୍ଚ ଓ ଏପ୍ରିଲ ମଧ୍ୟ ଭାଗକୁ ହେବ ବୋଲି ସିବିଏସଇ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ବୋର୍ଡ ପକ୍ଷରୁ ମାର୍ଚ୍ଚ ୩୧ରେ ପ୍ରକାଶିତ ହୋଇଥିବା ସିଲାବସକୁ ଅନୁସରଣ କରିବା ପାଇଁ ନିର୍ଦ୍ଦେଶ। ପ୍ରଥମ ଟର୍ମ ପରୀକ୍ଷା ୯୦ମିନିଟର ହେବାକୁ ଥିବା ବେଳେ ଏଥିରେ ମଲ୍ଟିପୁଲ ଚଏସର ପ୍ରଶ୍ନ ଆସିବ। ଦ୍ବିତୀୟ ଟର୍ମକୁ କୋରୋନା କହର କମିନଥିଲେ ସମାନ ଢାଞ୍ଚାରେ ଦ୍ବିତୀୟ ଟର୍ମ ହେବା ନେଇ ମଧ୍ୟ ବୋର୍ଡ ସୂଚନା ଦେଇଛି।