
କଳାହାଣ୍ଡି,୦୬/୦୭/୨୧ (ଜିଲ୍ଲା ଖବର) : କଳାହାଣ୍ଡି ଜୁନାଗଡ଼ ଥାନା ଅନ୍ତର୍ଗତ ମୂର୍ଲାପଦର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଭାରସାମ୍ୟ ହରାଇ ଗାଡି ଗଛରେ ପିଟି ହେବା ଫଳରେ ୩ମୃତ, ୧ଗୁରୁତର । ମୃତକ ୩ଜଣ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମରିଆବନ୍ଧଲି ଗ୍ରାମର ଦୁଇ ଭାଇ ପିଣ୍ଟୁ ମାଝୀ ଓ ସଦାନନ୍ଦ ମାଝୀ ଏବଂ ଚଞ୍ଚରା ଭାଡ଼ି ଗ୍ରାମର ରାଜୁ ଵଗର୍ତ୍ତି ବୋଲି ଜଣାପଡିଛି।
୪ ଜଣ ସୋମବାର ରାତିରେ ଝାରବନ୍ଧରୁ ଜୁନାଗଡ଼ ଅଭିମୁଖେ ଆସୁଥିବା ଏହି ଦୁର୍ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଛନ୍ତି।



