Sunday, October 11, 2026
Home ଆଞ୍ଚଳିକ ଆଜି ରାଜପ୍ରାସାଦ ବିଜେ କରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ

ଆଜି ରାଜପ୍ରାସାଦ ବିଜେ କରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ

6

ପୁରୀ,୦୬/୦୭/୨୧ (ଜିଲ୍ଲା ଖବର) : ଆଜି ରାଜପ୍ରାସାଦ ବିଜେ କରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଆଷାଢ ଶୁକ୍ଳ ଦ୍ୱାଦଶୀ ତିଥିରେ ମହାପ୍ରଭୁ ରାଜପ୍ରାସାଦ ବିଜେ କରିଥାନ୍ତି । ରବିବାର ଅଣସର ଘରେ ପୀଡ଼ିତ ମହାପ୍ରଭୁ ସୁସ୍ଥ ହୋଇ ଚକାବିଜେ କରିଛନ୍ତି । ଏହି ଶୁଭ ଖବର ସହ ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ କରିବେ ଦଇତାପତି ସେବାୟତ । ଆଜି ଦଇତାପତି ସେବକମାନେ ଏକ ରୁପା ଥାଳିରେ ପାଟବସ୍ତ୍ର ପକାଇ ମହାପ୍ରଭୁଙ୍କ କରାଳ ଚନ୍ଦନ ରାଜପ୍ରାସାଦକୁ ନେବେ।

ସେଠାରେ ଗଜପତି ମହାରାଜ ପ୍ରସାଦ ସେବନ ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ସୁସ୍ଥତା ସଂପର୍କରେ ଗଜପତିଙ୍କୁ ଅବଗତ କରିବା ସହ ରଥଯାତ୍ରା ଓ ଗୁପ୍ତନୀତି ସଂପର୍କରେ ସୂଚନା ଦେବେ। ସ୍ନାନ ପୀର୍ଣ୍ଣମୀ ଠାରୁ ନିବୃତ କନ୍ଦର ମଧ୍ୟରେ ଜ୍ୱରରେ ପିଡ଼ିତ ହୋଇ କାଳିଆ ସାଆନ୍ତଙ୍କ ଶରୀର ଏବେ ସମ୍ପୁର୍ଣ୍ଣ ସୁସ୍ଥ ହୋଇଛି । ପ୍ରଥମେ ଫୁଲୁରୀ ତେଲ, ତା’ପରେ ଓଷ ଲାଗି କରାଯ଼ିବା ପରେ ଶେଷରେ ବୈଦ୍ୟରାଜଙ୍କ ଦ୍ୱାର ପ୍ରସ୍ତୁତ ଦଶମୂଳ ମୋଦକ ଖାଇବା ପରେ ମହାପ୍ରଭୁ ସୁସ୍ଥ ଅନୁଭବ କରି ଚକାବିଜେ କରିଛନ୍ତି ।